ଫୁଲଛି ମହାନଦୀ : ଉପମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣି

355

କନକ ବ୍ୟୁରୋ : ଫୁଲୁଛି ମହାନଦୀ । ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି ।  ଫଳରେ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ଜଳ ପ୍ରବେଶ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୩ଲକ୍ଷ ୩୭ହଜାର ୫୦୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ଓ ନିଷ୍କାସିତ ହେଉଛି ୩ଲକ୍ଷ ୩୭ହଜାର ୫୦୫ କ୍ୟୁସେକ୍ ଜଳ  । ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିିବାରୁ ୨୦ଟ ଗେଟ୍ ଦେଇ ହୀରାକୁଦ ଜଳ ନିଷ୍କାସିତ ହେଉଛି । 

୨୦ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବାରୁ ତଳମୁଣ୍ଡରେ ଆଜି ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ମହାନଦୀର ତଳମୁଣ୍ଡରେ ଥିବା ବିଭିନ୍ନ ଜିଲ୍ଲାରେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପରିସ୍ଥିତିକୁ ନଜରରେ ରଖି ସମ୍ବଲପୁରରେ ସତର୍କ ସୂଚନା ଜାରି କରାଯାଇଛି । ଏଥିପାଇଁ ଆଜି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି ।