ସ୍ମାର୍ଟଫୋନ୍ ବିକ୍ରି କରୁଛନ୍ତି କି ? କିଛି ବିଶେଷ ଦିଗ ପ୍ରତି ଗୁରୁତ୍ୱ ଦିଅନ୍ତୁ, ନହେଲେ ଘୋର ଅସୁବିଧାର ସମ୍ମୁଖୀନ ହେବେ

43

ବଜାରକୁ ନୂଆ ବ୍ରାଣ୍ଡ ଏବଂ ଫିଚରର ସ୍ମାର୍ଟଫୋନ୍ ଆସିଲେ ସମସ୍ତଙ୍କ ମନରେ ପୁରୁଣା ଫୋନକୁ ବିକି ନୂଆ କିଣିବାର ଇଚ୍ଛା ଥାଏ । କିନ୍ତୁ ପୁରୁଣା ଫୋନକୁ ବିକ୍ରି କରିବା ପୂର୍ବରୁ ଆମେ କିଛି ଦିଗ ପ୍ରତି ଧ୍ୟାନ ଦେଇନଥାଉ ଏବଂ ପରେ ହଇରାଣ ହେଉ । ଆପଣ ମଧ୍ୟ ନିଜ ପୁରୁଣା ସ୍ମାର୍ଟଫୋନକୁ ବିକ୍ରି କରିବାକୁ ଚାହୁଁଛନ୍ତି କି ? ଯଦି ହଁ ତେବେ ଏହି ରିପୋର୍ଟ ଉପରେ ନଜର ପକାନ୍ତୁ ।

ଫୋନ୍ ବ୍ୟାକଅପ ସେଟ୍ କରନ୍ତୁ : ପୁରୁଣା ଫୋନକୁ ବିକ୍ରି କରିବା ପୂର୍ବରୁ ବ୍ୟାକଅପ ସେଟ୍ କରନ୍ତୁ । ଧ୍ୟାନ ରଖନ୍ତୁ ଯେ ଆପଣଙ୍କ କୌଣସି ଡାଟା ଯେମିତି ପୁରୁଣା ଫୋନରେ ରହିନଯାଏ ।

ଗୁଗଲ୍ ଆକାଉଣ୍ଟକୁ ସାଇନ୍ ଆଉଟ୍ କରନ୍ତୁ : ନିଜର ଗୁଗଲ୍ ଆକାଉଣ୍ଟକୁ ଫୋନରୁ ସାଇନ୍ ଆଉଟ୍ କରିଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଆକାଉଣ୍ଟକୁ କେହି ଆକସେସ୍ କରିପାରିବେ ନାହିଁ ।

ସୋସିଆଲ୍ ମିଡିଆ ଆପକୁ ଲଗ୍ ଆଉଟ୍ କରନ୍ତୁ : ଫୋନ୍ ବିକିବା ପୂର୍ବରୁ ନିଜର ସୋସିଆଲ୍ ମିଡିଆର ସମସ୍ତ ଆପକୁ ଲଗ୍ ଆଉଟ୍ କରି ଅନଇନଷ୍ଟଲ୍ କରନ୍ତୁ ।

ଫ୍ୟାକ୍ଟରି ରିସେଟ୍ କରନ୍ତୁ : ଆପଣ ଜାଣିଛନ୍ତି କି ଆପଣଙ୍କ ଡାଟା ଡିଲିଟ୍ କରିବା ପରେ ମଧ୍ୟ ଏଭଳି ବହୁତ ସପ୍ଟୱେର ଅଛି ଯାହା ପୁନର୍ବାର ଫୋନରେ ରିଷ୍ଟୋର ହୋଇପାରିବ । ଏପରି ସ୍ଥଳେ ଫୋନକୁ ବିକ୍ରି କରିବା ପୂର୍ବରୁ ଫ୍ୟାକ୍ଟରି ରିସେଟ୍ କରିଦିଅନ୍ତୁ ଯାହା ଫଳରେ କୌଣସି ପ୍ରକାର ରିଷ୍ଟୋରିଂ ଆପ୍ ଫୋନରେ କନେକ୍ଟ ହୋଇପାରିବ ନାହିଁ ।

ବଜାର ଦର ପ୍ରତି ଧ୍ୟାନ ଦିଅନ୍ତୁ : ଏଭଳି ବହୁତ ସାଇଟ୍ ଅଛି ଯେଉଁଥିରେ ଆପଣ ନିଜ ସେକେଣ୍ଡ ହ୍ୟାଣ୍ଡ ଫୋନ୍ ବ୍ରାଣ୍ଡର ଦର ଜାଣିପାରିବେ । ଥରେ ଫୋନ୍ ବିକ୍ରି କରିବା ପୂର୍ବରୁ ଏହା ଉପରେ ନଜର ପକାନ୍ତୁ ଫାଇଦାରେ ରହିବେ ।

ଫୋନକୁ ପ୍ୟାକେଜିଂ କରିବା ଭୁଲନ୍ତୁ ନାହିଁ : ଓରିଜିନାଲ୍ କଭର୍ ସହ ଫୋନକୁ ପ୍ୟାକେଜିଂ କରି ବିକିିବା ଦ୍ୱାରା ଆପଣଙ୍କୁ ଏହାର ଅଧିକ ଦାମ୍ ମିଳିପାରେ ।

ଯଦି କମ୍ପାନୀ ବଦଳରେ କୌଣସି ବ୍ୟକ୍ତିଙ୍କୁ ଆପଣ ଫୋନ ବିକ୍ରି କରୁଛନ୍ତି ତେବେ ଏହାର ସବିଶେଷ ତଥ୍ୟ ନିଜ ପାଖରେ ରଖନ୍ତୁ । ଯେମିତିକି ଆପଣଙ୍କୁ ପଛରେ କୌଣସି ଅସୁବିଧା ନ ହୁଏ ।