କରୋନା ମୁକାବିଲା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ : ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି କର, ଆବଶ୍ୟକ ନହେଲେ ଛୁଟି ଦିଅନି

କରୋନା ମୁକାବିଲା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ : ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି କର,  ଆବଶ୍ୟକ ନହେଲେ ଛୁଟି ଦିଅନି

କନକ ବ୍ୟୁରୋ : କରୋନା ମୁକଳବିଲା ପାଇଁ  ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ । ସବୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଉଚ୍ଚ ନାୟାଳୟ । ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ସରକାର ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଅନ୍ତୁ । ଅନ୍ୟପଟେ ନିହାତି ଆବଶ୍ୟକ ନଥିଲେ ଡାକ୍ତରଙ୍କୁ ଛୁଟି ନ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ରାସ୍ତାଘାଟରେ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କୁ ହଇରାଣ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିଏମଇଟି ଓ ରାଜ୍ୟ ପୁଲିସ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ବିଶ୍ୱରେ କରୋନା ମହାମାରୀ ରୂପ ନେଇ ସାରିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ଚେଷ୍ଟା କରାଯାଉଛି । ଶତ ପ୍ରତିଶତ ସତର୍କତା ଅବଲମ୍ବନ କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି । ସାରା ଦେଶରେ ତାଲାବନ୍ଦ ଜାରି ରହିଥିବା ବେଳେ ବର୍ତ୍ତମାନ ସମୟରେ କଡ଼ାକଡ଼ି ଯାଞ୍ଚ କରାଯାଉଛି । ଏପରି ସ୍ଥିତିରେ ଆଜି ହାଇକୋର୍ଟ କରୋନା ମୁକାବିଲା ପାଇଁ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe