କନକ ବ୍ୟୁରୋ : ବିଧାନସଭାରେ ପୁଣି ଉଠିଛି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ । କିନ୍ତୁ ସବୁ ବିଧାୟକ ନିଜ ନିଜ ଅଞ୍ଚଳରେ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ପାଇଁ କରିଛନ୍ତି ଦାବି । ଭୋଟ ପାଇଁ ହାଇକୋର୍ଟ ସ୍ଥାୟୀ ବେଞ୍ଚକୁ ପ୍ରସଙ୍ଗ କରିଥିବା ପରି ମନେହୋଇଛି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗୃହରେ ହଟ୍ଟଗୋଳ ହୋଇଛି । ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦାବି କରିଥିଲେ ।
କିନ୍ତୁ ହାଇକୋର୍ଟ ବେଞ୍ଚ ବଲାଙ୍ଗୀର ବଦଳରେ ସମ୍ବଲପୁରରେ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ସେହିପରି ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ । ଆରପଟେ ଦକ୍ଷିଣ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ବ୍ରହ୍ମପୁରରେ ସ୍ଥାପନ କରିବାକୁ ଦାବି କରିଛନ୍ତି ବିଜେଡି ବିଧାୟକ ସୂର୍ଯ୍ୟ ପାତ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/Assembly.jpg)