ଆରଟିଓରେ ଏଜେଣ୍ଟ୍ କାମ କରିବା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ମଧ୍ୟସ୍ଥିଙ୍କୁ ଚିହ୍ନଟ କରିବା ସହ ଥଇଥାନ କରିବାକୁ ପରିବହନ ସଚିବଙ୍କୁ ନିର୍ଦ୍ଦେଶ 

2,035

କନକ ବ୍ୟୁରୋ : ଆରଟିଓରେ ସାମ୍ନାରେ ପୂର୍ବପରି ଏଜେଣ୍ଟ ରହିପାରିବେ । ଆରଟିଓରେ ଏଜେଂଟ  ବା ମଧ୍ୟସ୍ଥି କାମ କରିବା ନେଇ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ  । ଆରଟିଓରେ କାମ କରିପାରିବେ ମଧ୍ୟସ୍ଥି । ମଧ୍ୟସ୍ଥି କାମ କରିବା ନେଇ ସରକାର ଲଗାଇଥିବା କଟକଣାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ବିଚାର କରି ଏହି ରାୟ ଦେଇଛନ୍ତି କୋର୍ଟ । ମଧ୍ୟସ୍ଥିଙ୍କୁ ଚିହ୍ନଟ କରିବା ସହ ଥଇଥାନ କରିବାକୁ  ପରିବହନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଆରଟିଓ ଅଫିସରେ ବିଭିନ୍ନ ଏଜେଣ୍ଟ ପ୍ରବଶେ ଉପରେ କଟକଣା ଲାଗିବନି । କୋର୍ଟ କହିଛନ୍ତି ଏଥିରେ ମଧ୍ୟସ୍ଥି ମାନଙ୍କର ଜୀବିକା ଜଡିତ ରହିଥିବାରୁ ଏହାକୁ ବିଚାର କରାଯିବା ଆବଶ୍ୟକ । ଆରଟିଓ ଅଫିସରୁ ଏଜେଂଟ ବ୍ୟବସ୍ଥା ଉଛେଦ ନେଇ ସରକାର ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନର ବିଚାର କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ସରକାରଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ  ଚ୍ୟାଲେଞ୍ଜ କରିଥିଲେ ମୋଟର ଭେଇକିଲ୍ ଫିଲ୍ଡ ୱାର୍କର ସଂଘ  ।

ନୂଆ ମୋଟର ଯାନ ଆସିବା ପରେ ଆରଟିଓ ଅଫିସରେ ଏଜେଣ୍ଟ୍ ସଂଖ୍ୟା ବୃଦ୍ଧି ପାଇଥିଲା । ଲୋକଙ୍କ ଠାରୁ ଅଧିକ ଟଙ୍କା ନେଇ ଲାଇସେନ୍ସ କରାଉଥିବା ଅଭିଯୋଗରେ ଆରଟିଓ ଅଫିସରେ ଏଜେଣ୍ଟ ପ୍ରବେଶ ଉପରେ କଟକଣା ଲାଗୁ କରିଥିଲେ ସରକାର । ଅଫିସ ପରିସରରେ ଏଜେଣ୍ଟ ଦେଖାଗଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ନିର୍ଦ୍ଦେଶକୁ ନେଇ ଆଜି ହାଇକୋର୍ଟ ରାୟ ଶୁଣାଇଛନ୍ତି ।