ଓଡ଼ିଶା ପ୍ରବେଶ ପୂର୍ବରୁ ପ୍ରବାସୀଙ୍କୁ କରୋନା ଟେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ନମୂନା ପରୀକ୍ଷଣ ପରେ ରାଜ୍ୟରେ ପଶିବାକୁ ମିଳିବ ଅନୁମତି

2,458

କନକ ବ୍ୟୁରୋ : ପ୍ରବାସୀ ଓଡ଼ିଆଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ । ଓଡ଼ିଶା ପ୍ରବେଶ କରିବା ପୂର୍ବରୁ ପ୍ରବାସୀଙ୍କୁ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଓଡ଼ିଶା ଫେରୁଥିବା ଲୋକଙ୍କର ପ୍ରଥମେ ନମୁନା ପରୀକ୍ଷା କରାଯିବ, ଏବଂ ତା’ପରେ ଓଡ଼ିଶାରେ ପ୍ରବେଶ କରିବାକୁ ଅନୁମତି ମିଳିବ । ଜନସ୍ୱାର୍ଥ ମାମାଲାରେ ଶୁଣାଣି କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି ।

ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ମିଳିବ । ଦିନକୁ ଦିନ ସଂକ୍ରମିତଙ୍କ ତାଲିକା ଲମ୍ବୁଥିବା ବେଳେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ପ୍ରତିଦିନ ହଜାର ହଜାର ଲୋକ ଓଡ଼ିଶା ଫେରୁଛନ୍ତି । ଅଧିକ ଲୋକ ଫେରୁଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ତାଲିକା ମଧ୍ୟ ଲମ୍ବି ଚାଲିଛି ।

ତେବେ ସରକାର ପ୍ରବାସୀ ଓଡ଼ିଶାଙ୍କୁ ରଖିବା ପାଇଁ ରାଜ୍ୟରେ ୫ ଲକ୍ଷ ବେଡ଼୍ ବ୍ୟବସ୍ଥା କରିଛନ୍ତି । ଲୋକଙ୍କ ସୁବିଧା ପାଇଁ ଅନେକ ପକ୍ଷକ୍ଷେପ ଗ୍ରହଣ କରାଯାଉଛି । ତଥାପି ମାତ୍ର ୧୧ ଦିନରେ କରୋନା ରୋଗୀ ଦ୍ୱିଗୁଣିତ ହୋଇଛି । ତେବେ ଏପରିସ୍ଥଳେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।