କନକ ବ୍ୟୁରୋ : ହାଇକୋର୍ଟରେ ପୁଣି ବସିଲା ଫୁଲ ବେଂଚ । ଅଦାଲତ ଅବମାନନା ନେଇ ମାମଲାର ହେଲା ଶୁଣାଣି । ପୂର୍ବରୁ ଜାରି ହୋଇଥିବା ନୋଟିସର ଉତର ରଖିବାକୁ ହାଜର ହୋଇ ୪ ସପ୍ତାହ ସମୟ ମାଗିଲେ ବାରଆସୋସିଏସନ ଓ ଅନ୍ୟ ପକ୍ଷ । ପ୍ରତିପକ୍ଷଙ୍କୁ ଆବେଦନକୁ ଗ୍ରହଣ କରିବା ସହ ପରବର୍ତ୍ତି ଶୁଣାଣି ଆସନ୍ତା ନଭେମ୍ବର ୪ତାରିଖରେ କରିବାକୁ ନିଷ୍ପତି ନେଇଛନ୍ତି ବେଂଚ ।
କଲେଜିୟମ ନିଷ୍ପତି ବିରୋଧକୁ ଅଦାଲତ ଅବମାନନା ଭାବେ ବିଚାରକୁ ନେଇ ହାଇକୋର୍ଟ ପୂର୍ଣ୍ଣ ବେଂଚ ରାଜ୍ୟର ସବୁ ବାର ଆସୋସିଏସନ ସମେତ ୧୩୬ଟି ପକ୍ଷକୁ ନୋଟିସ ଜାରି କରିଥିଲେ । ତେବେ ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ କରିବା ପରେ ଏହାକୁ ଖାରଜ କରିବାକୁ ଦାବି କରିଥିଲେ ଆଇନଜୀବୀ ।
ହାଇକୋର୍ଟ ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ରାଜ୍ୟର ୧୦୬ଟି ବାର୍ ଆସୋସିଏସନ୍ ସମର୍ଥନ ଜଣାଇଛନ୍ତି । କଲେଜିୟମ ନିଷ୍ପତ୍ତିକୁ ବିରୋଧ କରି ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଡାକରା ଦିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/imagef558370e-00ff-4fe8-8c36-aa18982219c3.jpg)