ଆସୁଛି ଡ୍ରିମ୍ ଗର୍ଲଙ୍କ ଜୀବନୀକୁ ନେଇ ପୁସ୍ତକ ! ଖୋଲିବ ହେମାଙ୍କ ଜୀବନର ଅନେକ ବଡ଼ ବଡ଼ ରସହ୍ୟ

91

ବଲିଉଡ଼ରେ ଅନେକ ଲୋକପ୍ରିୟ କଳାକାର ତଥା ନିର୍ଦ୍ଦେଶକଙ୍କ ଜୀବନୀ ଉପରେ ବହି ଲେଖା ସରିଛି । ସେମାନଙ୍କ ମଧ୍ୟରେ ଋଷି କପୁର, କରଣ ଜୋହର ଓ ରେଖାଙ୍କ ଉପରେ ବହି ଆସିସାରିଛି । ଏହି ତାଲିକାରେ ଏବେ ଯୋଡ଼ି ହେବାକୁ ଯାଉଛନ୍ତି ବଲିଉଡ଼୍ ଡ୍ରିମ ଗର୍ଲ । ତାଙ୍କ ବାୟୋଗ୍ରାଫିର ନାମ ହେଲା ‘ ‘ବିୟଣ୍ଡ ଦ ଡ୍ରୀମ ଗର୍ଲ’ । ଡ୍ରିମ୍ ଗାର୍ଲ ହେମାମାଳିନୀ ଆସନ୍ତା ସୋମବାର ଦିନ ତାଙ୍କର ୬୯ ତମ ଜନ୍ମ ଦିନ ପାଳନ କରିବେ । ଏହି ଅବସରରେ ହେମା ତାଙ୍କର ବାୟାଗ୍ରାଫି ରିଲିଜ କରିବେ । ଏହି ପୁସ୍ତକର ହେମାଙ୍କ ଜୀବନ ବିଷୟରେ ବହୁତ କଥା ଜାଣିହେବ । ହେମାଙ୍କ ଆତ୍ମଜୀବନୀ ସିନେ ମ୍ୟାଗାଜିନ ‘ଷ୍ଟାରଡ଼ଷ୍ଟ’ର ପୂର୍ବତନ ଏଡ଼ିଟର ରାମକମଳ ମୁଖାର୍ଜି ଲେଖିଛନ୍ତି ।

ସେ କହିଛନ୍ତି ଏହି ପୁସ୍ତକରେ ପ୍ରଶଂସକମାନେ ହେମାଙ୍କ ସହ ଜଡ଼ିତ ଅନେକ ଅଜଣା କଥା ଜାଣିପାରିବେ । ଏହି ପୁସ୍ତକରେ ତାଙ୍କର ଅଭିନୟ ଜୀବନ ଓ ତାଙ୍କ ବିଷୟରେ ଅନେକ ରୋଚକ କଥା ଜାଣିପାରିବେ ପ୍ରଶଂସକ । କିନ୍ତୁ ହେମାଙ୍କ ବାୟୋଗ୍ରାଫିରେ ସନି ଦେଓଲ, ବବି ଦେଓଲ ଓ ସେମାନଙ୍କ ମା’ ପ୍ରକାଶ କୌରଙ୍କ ବିଷୟରେ କିଛି ଲେଖାଯାଇ ନାହିଁ ।

ଏବିଷୟରେ ଲେଖକ ରାମକମଳ ମୁଖାର୍ଜୀଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ପୁସ୍ତକ କେବଳ ହେମାଙ୍କ ଜୀବନୀ ଉପରେ ଲେଖାହୋଇଛି , ତେଣୁ ଅନ୍ୟ କଥା ଅଧିକ ଲେଖାଯାଇନାହିଁ । ହେମାଙ୍କର ଏହି ପୁସ୍ତକରେ ତାଙ୍କର ଦୁଇ ଝିଅ ଇସା ଦେୱାଲ, ଆହନା ଦେୱାଲଙ୍କ ବିଷୟରେ ବହୁତ କିଛି ଲେଖା ଯାଇଛି । ଏହା ସହ ହେମା କିପରି ଅଭିନେତ୍ରୀରୁ ରାଜନୀତିରେ ପ୍ରବେଶ କେଲେ ସେ ବଷୟରେ ମଧ୍ୟ ଲେଖା ଯାଇଛି । ପୁସ୍ତକରେ ହେମା କିପରି ଫିଲ୍ମ ଦୁନିଆରେ ପ୍ରବେଶ କଲେ ତାହା ମଧ୍ୟ ବର୍ଣ୍ଣନା କରାଯାଇଛି । ଜଣେ ସାଉଥ ଇଣ୍ଡିଆନ ଝିଅ କିପରି ହିନ୍ଦି ଫିଲ୍ମ ଜଗତରେ ସଫଳତା ପାଇଛନ୍ତି ତାହା ବର୍ଣ୍ଣନା କରାଯାଇଛି । ଏହାସହ ହେମାଙ୍କ ଆଧ୍ୟାତ୍ମିକ ଜିବନୀ ବିଷୟରେ ମଧ୍ୟ ପୁସ୍ତକରେ ଲେଖା ଯାଇଛି ।