ବିଜେଡ଼ିରୁ ଇସ୍ତଫା ଦେଲେ ହେମା ଗମାଙ୍ଗ ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର

56

କନକ ବ୍ୟୁରୋ : ହେମା ଗମାଙ୍ଗ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି । ୭ଟି କାରଣରୁ ସେ ଦଳ ଛାଡିଲେ ବୋଲି ପତ୍ରରେ କହିଛନ୍ତି । ପତ୍ରରେ ସେ ଅଭିଯୋଗ କରିଛନ୍ତି, ଦଳରେ ତାଙ୍କୁ ଓ ତାଙ୍କ ସମର୍ଥକଙ୍କୁ ଅବହେଳା କରାଯାଇଛି । ସରକାରଙ୍କ ବିଭିନ୍ନ ଯୋଜନା ଆଦିବାସୀଙ୍କ ପାଖରେ ପଂହଚିପାରୁନାହିଁ । ଇସ୍ତଫା ପତ୍ରରେ ସେ ପିସି କାରବାର କଥା ବି ଉଠାଇଛନ୍ତି । ହେମା ଗମାଙ୍ଗ ହେଉଛନ୍ତି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରଧର ଗମାଙ୍ଗଙ୍କ ପତ୍ନୀ । ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ ।

ସୂଚନାଯୋଗ୍ୟ ଯେ କଂଗ୍ରେସ ଦଳ ସହିତ ନିଜର ଦୀର୍ଘ ଦିନର ରାଜନୈତିକ ସମ୍ପର୍କ ଛିନ୍ନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ମଧ୍ୟ ପୂର୍ବତନ ସାଂସଦ ତଥା ଗିରିଧର ଗମାଙ୍ଗଙ୍କ ପତ୍ନୀ ବିଜେପିରେ ଯୋଗ ନ ଦେଇ ବିଜେଡ଼ିସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ବିଜେଡି ଦଳରେ ସାମିଲ ହୋଇଥିଲେ । ଏପରିକି ୨୦୧୪ ମସିହାରେ ସେ ବିଜେଡି ଟିକେଟରେ ନିର୍ବାଚନ ମଧ୍ୟ ଲଢ଼ିଥିଲେ । ମାତ୍ର ପରାଜିତ ହୋଇଥିଲେ। ତେବେ ଗତ କିଛି ଦିନ ହେବା ହେମା ଗମାଙ୍ଗ ବିଜେଡି ଦଳ ବିରୋଧରେ ଗଣମାଧ୍ୟମରେ ବିବୃତ୍ତି ଦେଇ ଦଳରେ ତାଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରି ଆସୁଥିଲେ ।