ପ୍ରବାସୀ ଶ୍ରମିକଙ୍କ ପାଇଁ ହେଲ୍ପ ନମ୍ବର ଜାରି କଲା ପ୍ରଦେଶ କଂଗ୍ରେସ । ଟ୍ରେନର ଟିକଟ ଭଡା ଦେବାକୁ ପିସିସି ସଭାପତିଙ୍କ ଘୋଷଣା । କହିଲେ ସରକାର ତଥ୍ୟ ଦେଲେ କରିବୁ ବ୍ୟବସ୍ଥା । ବିଜେପି କହିଲା ଏପରି ସମୟରେ ରାଜନୀତି ଗ୍ରହଣୀୟ ନୁହେଁ ।

456

କନକ ବ୍ୟୁରୋ : ବାହାର ରାଜ୍ୟରେ ଫସିଥିବା ଶ୍ରମିକଙ୍କ ପାଇଁ ହେଲ୍ପ ନମ୍ବର ଜାରି କରିଛି ପ୍ରଦେଶ କଂଗ୍ରେସ କମିଟି । ଯେଉଁ ଓଡିଆ ଶ୍ରମିକମାନେ ଟ୍ରେନ ଟିକେଟ କରିପାରୁ ନାହାନ୍ତି ସେମାନଙ୍କୁ ସହଯୋଗ କରିବାକୁ ୨ଟି ନମ୍ବର ଜାରି କରିଛି ଓଡିଶା କଂଗ୍ରେସ । ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଗାଡି ଭଡା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି , ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସେ କହିଛନ୍ତି ଶ୍ରମିକମାନେ କେଉଁ ସ୍ଥାନରୁ ଆସିବେ, କେତେ ଟଙ୍କା ଭଡା ଲାଗିବ ସରକାର ହିସାବ ଦେଲେ ଦଳ ଆବଶ୍ୟକ ପଦକ୍ଷେପ ନେବ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଗ୍ରହଣ କରିଥିବା କହିଛନ୍ତି ପିସିସି ସଭାପତି । ଅନ୍ୟପଟେ ପ୍ରବାସୀ ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବାକୁ ଗାଡ଼ି ଭଡ଼ା ଦେବ ବୋଲି କଂଗ୍ରେସ ଘୋଷଣା କରିବା ପରେ ଏହାକୁ ସମାଲୋଚନା କରିଛି ବିଜେପି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଏଭଳି ସମୟରେ ରାଜନୀତି କରିବା ନିନ୍ଦନୀୟ ।