କନକ ବ୍ୟୁରୋ : ସୁନା ଆଣିଲେ ରାଇଫଲ ରାଣୀ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଖରେ ଆଉ ଏକ ସ୍ୱର୍ଣ୍ଣ । ଅଷ୍ଟ୍ରେଲିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଆଉ ଏକ ସୁନା ଆଣିଛନ୍ତି ସୁନା ଝିଅ ହୀନା । ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଡେଂଟିଷ୍ଟ ସୁଟର ହୀନା ସିଦ୍ଧୁ ଭାରତକୁ ୧୧ତମ ସ୍ୱର୍ଣ୍ଣ ଦେଇଛନ୍ତି ।
୨୫ ମିଟର ପିସ୍ତଲ ଇଭେଂଟରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ସୁଟର ହୀନା ସିଦ୍ଧୁ । ଏହାସହ ଭାରତର ପଦକ ସଂଖ୍ୟା ୨୦ରେ ପହଂଚିଛି । ପୂର୍ବରୁ ମହିଳା ୧୦ ମିଟର ଏୟାର ରାଇଫଲ ବର୍ଗରେ ହୀନା ଭାରତକୁ ରେପ୍ୟ ପଦକ ଦେଇଥିଲେ । କେବଳ ସୁଟିଂରେ ଭାରତକୁ ୩ଟି ସ୍ୱର୍ଣ୍ଣ ସହ ମୋଟ ୮ ପଦକ ମିଳିଛି । ମେଡାଲ ଟାଲିରେ ଭାରତ ତୃତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/cwg-2018-live-75912.jpg)