ଅଚାନକ ଦିଲ୍ଲୀ ଆକାଶରେ ବଦଳିଗଲା ପାଣିପାଗର ମିଜାଜ : କୁଆପଥର ମାଡ ସାଙ୍ଗକୁ ଅସରାଏ ବର୍ଷାରେ ଭିଜିଲା ଦେଶର ରାଜଧାନୀ, ରାଜରାସ୍ତାରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି

512

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ କୁଆପଥର ମାଡ ସାଙ୍ଗକୁ ପ୍ରବଳ ବର୍ଷା । ପାଖାପାଖି ଅଧଘଣ୍ଡା ବର୍ଷାରେ ଦିଲ୍ଲୀ ରାଜରାସ୍ତା ଉପରେ ଲହଡ଼ି ଭାଙ୍ଗିଲା ଆଣ୍ଠୁଏ ଉଚ୍ଚର ପାଣି । ଆଜି ଅପରାହ୍ନରେ ହଠାତ୍ ଦିଲ୍ଲୀର ଅକାଶକୁ ହଠାତ କଳା ବାଦଲ ଢ଼ାଙ୍କି ଦେଇଥିଲା । ଦେଖୁ ଦେଖୁ ବଦଳି ଯାଇଥିବା ପାଣିପାଗର ମିଜାଜ୍ । ପ୍ରଥମେ କୁଆପଥର ମାଡ ତାପରେ ଅଳ୍ପ ସମୟ ହେଉ ପଛେ ନିର୍ଧୁମ ଛେଚି ଦେଇଗଲା ବର୍ଷା ।

ରାସ୍ତାରେ ଯାଉଥିବା ଲୋକେ ଅଧା ବାଟରେ ଅଟକି ଯାଇଥିଲେ ଯାତ୍ରୀ । ଯାତୟତ କିଛି ସମୟ ପାଇଁ ଠପ ହୋଇଯାଇଥିଲା । ଦୁଇ ଦିନ ହେବ ରାତିରେ ଦିଲ୍ଲୀରେ ବର୍ଷା ସାଙ୍ଗକୁ କୋହଲା ପବନ ବହୁଛି । ହେଲେ ଆଜି ସକାଳେ ପାଗ ଭଲ ଥିବା ବେଳେ ହଠାତ କଳା ବାଦଲ ଢ଼ାଙ୍ଗି ମାଡ଼ି ଆସିଥିଲା ବର୍ଷା । ବର୍ଷା ଛାଡ଼ିବା ପରେ ରାସ୍ତାରେ ଜମି ରହିଥିବା ଆଣ୍ଠୁଏ ଉଚ୍ଚର ପାଣି ଯୋଗୁଁ ପଥଚାରୀ ହଇରାଣ ହୋଇଥିଲେ ।

Comments are closed.