କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ କୁଆପଥର ମାଡ ସାଙ୍ଗକୁ ପ୍ରବଳ ବର୍ଷା । ପାଖାପାଖି ଅଧଘଣ୍ଡା ବର୍ଷାରେ ଦିଲ୍ଲୀ ରାଜରାସ୍ତା ଉପରେ ଲହଡ଼ି ଭାଙ୍ଗିଲା ଆଣ୍ଠୁଏ ଉଚ୍ଚର ପାଣି । ଆଜି ଅପରାହ୍ନରେ ହଠାତ୍ ଦିଲ୍ଲୀର ଅକାଶକୁ ହଠାତ କଳା ବାଦଲ ଢ଼ାଙ୍କି ଦେଇଥିଲା । ଦେଖୁ ଦେଖୁ ବଦଳି ଯାଇଥିବା ପାଣିପାଗର ମିଜାଜ୍ । ପ୍ରଥମେ କୁଆପଥର ମାଡ ତାପରେ ଅଳ୍ପ ସମୟ ହେଉ ପଛେ ନିର୍ଧୁମ ଛେଚି ଦେଇଗଲା ବର୍ଷା ।
ରାସ୍ତାରେ ଯାଉଥିବା ଲୋକେ ଅଧା ବାଟରେ ଅଟକି ଯାଇଥିଲେ ଯାତ୍ରୀ । ଯାତୟତ କିଛି ସମୟ ପାଇଁ ଠପ ହୋଇଯାଇଥିଲା । ଦୁଇ ଦିନ ହେବ ରାତିରେ ଦିଲ୍ଲୀରେ ବର୍ଷା ସାଙ୍ଗକୁ କୋହଲା ପବନ ବହୁଛି । ହେଲେ ଆଜି ସକାଳେ ପାଗ ଭଲ ଥିବା ବେଳେ ହଠାତ କଳା ବାଦଲ ଢ଼ାଙ୍ଗି ମାଡ଼ି ଆସିଥିଲା ବର୍ଷା । ବର୍ଷା ଛାଡ଼ିବା ପରେ ରାସ୍ତାରେ ଜମି ରହିଥିବା ଆଣ୍ଠୁଏ ଉଚ୍ଚର ପାଣି ଯୋଗୁଁ ପଥଚାରୀ ହଇରାଣ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/Heavy-rains-hail-lash-Delhi-NCR-traffic-affected.jpg)