image courtesy-https://www.google.co.in
କନକ ବ୍ୟୁରୋ : କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ଘଡଘଡି ସହ ଆଜି ବର୍ଷା ହୋଇଛି । ଅସ୍ତରଙ୍ଗରେ ୭୦ କିଲୋମିଟର ବେଗରେ ପବନ ବହିଥିଲା । ପିପିଲିରେ ବର୍ଷା ପାଣି ଘରେ ପଶି ଯାଇଥିଲା ବେଳେ କଟକରେ ବାଦାମବାଡି ବୁଡି ରହିଛି ।ଆଗାମୀ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଓ ନୟାଗଡ଼ରେ ଘଡ଼ଘଡ଼ି ବିଜୁଳି ସହ କାଳବୈଶାଖୀ ସମ୍ଭାବନା ରହିଛି ।
ଏହି ସମୟରେ ପବନର ବେଗ ୫୦ରୁ୬୦କିମି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ର ୪୨.୦ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୧୯.୦ଡିଗ୍ରୀ ସର୍ବନିମ୍ନ ତାପମାତ୍ର ରହିଛି ।
source : India TVଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ପ୍ରବଳ ଜୋରରେ ଘଡଘଡି ସହ ବର୍ଷା ହୋଇଥିଲା। ଭୁବନେଶ୍ୱର , କଟକ, ପୁରୀ,ଜଗତସିଂହପୁର ଅସ୍ତରଙ୍ଗ, ସମେତ ଅଧିକାଂଶ ସ୍ଥାନ ବର୍ଷା ଯୋଗୁଁ ପାଣି ଜମି ରହିଛି । ଭୁବନେଶ୍ୱର ଶିଶୁ ଭବନ ଛକ ସମେତ ଆଚାର୍ଯ୍ୟବିହାର, ବମିଖାଲ, ଜୟଦେବବିହାରରେ ପାଣି ଜମି ରହିଥିଲା। ଫଳରେ ଯାତାୟାତରେ ବାଧା ଉପୁଜିଛି ।
କାଳବୈଶାଖୀ ପ୍ରଭାବରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଟ୍ରେନ ସେବା । ଲିଙ୍ଗରାଜ ଷ୍ଟେସନ ପୂର୍ବ ସରସକଂଟରାରେ ବିଦ୍ୟୁତ ତାର ଛିଡିପଡିଥିଲା । ଏହି ତାର ଛିଡି ପୁରୀ-କଟକ ପାସେଞ୍ଜର ଟ୍ରେନ ଉପରେ ପଡିଥିଲା । ତେବେ ବିଦ୍ୟୁତ ନଥିବାକୁ ଅଳ୍ପକେ ବର୍ତି ଯାଇଥିଲେ ଯାତ୍ରୀ । କାଳବୈଶାଖୀ ବର୍ଷା ଯୋଗୁଁ ରେଳବାଇ ସିଗନାଲ ସିଷ୍ଟମ ବି କାମ କରୁନାହିଁ । ଫଳରେ ଭଦ୍ରକ-ପୁରୀ ରୁଟରେ ଟ୍ରେନ ସେବା ପ୍ରଭାବିତ ହୋଇଛି । ବିଭିନ୍ନ ଷ୍ଟେସନରେ ଟ୍ରେନ ଅଟକି ରହିଥିବାରୁ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି । ସେହିପରି ବର୍ଷା ଯୋଗୁଁ ଭୁବନେଶ୍ୱର ରେଳଷ୍ଟସନରେ ବି ଯାତ୍ରୀ ହଇରାଣ ହୋଇଛନ୍ତି ।
Follow Us
/kanak/media/post_attachments/wp-content/uploads/2018/05/Rain-1.jpg)