କଲ୍ୟାଣୀ ନଦୀରେ ବନ୍ୟା ପରିସ୍ଥିତି : କଲ୍ୟାଣସିଂହପୁରରେ ବର୍ଷା ପାଣିରେ ଭାସିଗଲା ଅସ୍ଥାୟୀ ପୋଲ

267

କନକ ବ୍ରୁରୋ : ଲଗାଣ ବର୍ଷାର ପ୍ରଭାବରେ ଭାଙ୍ଗିଲା ପୋଲ । ରାୟଗଡ଼ା କଲ୍ୟାଣସିଂହପୁର କଲ୍ୟାଣି ନଦୀରେ ଜଳସ୍ତର ବଢିବାରୁ ଭାଙ୍ଗି ଯାଇଛି ଅସ୍ଥାୟୀ ପୋଲ । ପୋଲ ଭାଙ୍ଗିବା ଯୋଗୁଁ ୬ଟି ପଂଚାୟତର ୨୦ ହଜାର ଲୋକଙ୍କ ସହ ଯୋଗଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ଚାରିଆରେ ନଦୀ ପାଣି ବନ୍ୟା ସୃଷ୍ଟି କରିଥିବା ବେଳେ ପୋଲ ଭାଙ୍ଗିବା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଆଜିକୁ ୨ ବର୍ଷ ପୂର୍ବେ କଲ୍ୟାଣୀ ନଦୀରେ ସ୍ଥାୟୀ ପୋଲ ଭାସିଯାଇଥିଲା । ତେଣୁ ଲୋକଙ୍କ ସୁବିଧା ପାଇଁ ସରକାର ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଇଥିଲେ । ସ୍ଥାୟୀ ପୋଲ ନିର୍ମାଣରେ ବିଳମ୍ବ ହେଉଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ପୋଲି ଭାସିଯିବା ପରେ ଡଙ୍ଗାରେ ଆତଙ୍କିତ ଭାବେ ଲୋକେ ଯିବାଆସିବା କରିବା ପାଇଁ ବାଧ୍ୟ ହେଉଛନ୍ତି ।

ସେପଟେ ସପ୍ତାହେ ଯାଏଁ ଲଗାଣ ବର୍ଷାରୁ ଓଡିଶାବାସୀ ନିସ୍ତାର ପାଇବାର ସମ୍ଭାବନା କମ । ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତା ସହିତ ରାଜସ୍ଥାନରୁ କୋଲକାତା ଯାଏଁ ଏକ ଟ୍ରଫ ଲାଇନ ଲମ୍ବିଛି । ଏଥିଯୋଗୁଁ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ବରଗଡ, ସୋନପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦ୍ରୁଝର, କୋରାପୁଟ ଓ ବୌଦ୍ଧରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଜୁଲାଇ ୨୮ରେ କୋରାପୁଟ, ମାଲକାନଗିରି, ସୁନ୍ଦରଗଡ, ,ଝାରସୁଗୁଡା,ବରଗଡ, ସମ୍ବଲପୁର, ଅନୁଗୁଳ, ଦେବଗଡ ଓ ସୋନପୁରରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଜୁଲାଇ ୨୯ରୁ ବର୍ଷାର ପରିମା କମିପାରେ ।