ଛତିଶଗଡ-ଓଡିଶା ଉପରେ ଘୂର୍ଣ୍ଣିବଳୟ ପ୍ରଭାବ : ୯ ତାରିଖ ଯାଏଁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ଚେତାବନୀ,ପାରଳାଖେମୁଣ୍ଡିରେ ସର୍ବାଧିକ ବର୍ଷା ରେକର୍ଡ

817

କନକ ବ୍ୟୁରୋ : ଛତିଶଗଡ-ଓଡିଶା ଉପରେ ଘୂର୍ଣ୍ଣିବଳୟର ପ୍ରଭାବ । ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା । ୯ ତାରିଖ ଯାଏଁ ଲାଗି ରହିବ ବର୍ଷା । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ଘୂର୍ଣ୍ଣିବଳୟର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଓ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇଛି । ଆସନ୍ତାକାଲି ଦକ୍ଷିଣ ଓ ଉତ୍ତର ଓଡିଶାର ଅଧିକାଂଶ ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଗତକାଲି ପାରଳାଖେମୁଣ୍ଡିରେ ସର୍ବାଧିକ ୪୪.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ସେପଟେ ଅସ୍ତରଙ୍ଗ କାକଟପୁର ଅଂଚଳରେ ହଠାତ୍ ପାଗରେ ଆସିଛି ପରିବର୍ତନ । ଆଜି ସକାଳୁ ଦେଖିବାକୁ ମିଳିଛି ଘନ କୁହୁଡି । ଚାରି ଆଡେ ଛାଇ ରହିଛି ହାଲକା ଧଳା ରଂଗର ଚାଦର । ଏହା ସହିତ ଶୀତ ବି ଫେରିଛି । ସକାଳେ ହାଲକା ପବନ ବହିବା ସହ ଶୀତ ବଢୁଥିବାରୁ ଲୋକେ ନିଆଁ ଜାଳି ଶୀତ କବଳରୁ ରକ୍ଷା ପାଇବାକୁ ଉଦ୍ୟମ କରିଛନ୍ତି । ଏହା ମଧ୍ୟରେ ହାଲକା ବର୍ଷା ଲାଗିରହିବା ଅସ୍ତରଙ୍ଗ ଅଂଚଳରେ ଜନଜୀବନକୁ ପ୍ରଭାବିତ କରିଛି ।