ଆସନ୍ତା ବର୍ଷ ଠାରୁ ଆକାଶରୁ ବର୍ଷିବ ନିଆଁ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟ୍ରପିକାଲ ମେଟ୍ରୋଲୋଜିର ପୂର୍ବାନୁମାନ, ୨୦୨୦ରୁ ବଢିବ ତାତି ଓ ଏହାର ଅବଧି

559

କନକ ବ୍ୟୁରୋ : ଏପଟେ ବଢିଚାଲିଛି ପାରଦ । ସେପଟେ ତାପମାତ୍ରାକୁ ନେଇ ଆସିଛି ସାଂଘାତିକ ତଥ୍ୟ । ଆସନ୍ତା ବର୍ଷଠାରୁ ଭାରତରେ ଆହୁରି ବଢିବ ତାପାମତ୍ରା । ପ୍ରଚଣ୍ଡ ଖରାରେ ସନ୍ତୁଳି ହେବେ ଦେଶବାସୀ । ତତଲା କଡ଼େଇରେ ଭାଜି ହେବ ଦେଶ । ଘରୁ ପାଦ କାଢ଼ିବା ମୁସ୍କିଲ ହୋଇଯିବ । ତାତିର ଅବଧି ମଧ୍ୟ ବଢ଼ି ବଢ଼ି ଯିବ । ଅଧିକ ଦିନ ଖରାଦିନ ଅନୁଭୂତ ହେବ । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟ୍ରପିକାଲ ମେଟ୍ରୋଲୋଜିର ପୂର୍ବାନୁମାନ କହୁଛି, ୨୦୨୦ରୁ ଦେଶରେ ତାପମାତ୍ରା ବଢିବା ସହ ଏହାର ଅବଧି ମଧ୍ୟ ବୃଦ୍ଧି ପାଇବ ।

ଏବେ ପାଣିପାଗ ଉପରେ ଏଲନିନୋର ପ୍ରଭାବ ରହିଛି । ସର୍ଭେ କହୁଛି ଆସନ୍ତାବର୍ଷ ବେଳକୁ ଏକ ନୂଆ ୱେଦର ସିଷ୍ଟମ ଏଲନିନୋ ମୋଡୋକିର ପ୍ରଭାବ ଅନୁଭୁତ ହେବ । ମାଟିର ଆଦ୍ରତା କମିବା ଫଳରେ ଭୂପୃଷ୍ଠର ତାପମାତ୍ରା ବାୟୁମଣ୍ଡଳକୁ ଉତ୍ତପ୍ତ କରିବ । ଏହାର ପ୍ରଭାବ ୨୦୬୪ପର୍ଯ୍ୟନ୍ତ ରହିବ ବୋଲି ଏହି ସର୍ଭେ ସଂସ୍ଥା ପୂର୍ବାନୁମାନ କରିଛି । ଏପରିକି ପ୍ରବଳ ଉତାପ୍ତରୁ ବର୍ତି ଯାଉଥିବା ଦକ୍ଷିଣ ଭାରତ ଓ ଉପକୂଳ ଅଂଚଳ ଏହାଦ୍ୱାରା ପ୍ରଭାବିତ ହେବ ।