ଆଜି ଠାରୁ ରାଜ୍ୟରେ ଆହୁରି ବଢ଼ିବ ତାତି : ଏପ୍ରିଲ ପ୍ରଥମ ସପ୍ତାହରେ ଉପକୂଳ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା

Advertisment
ଅସହ୍ୟ ତାତିରୁ ଏତେ ଶୀଘ୍ର ନିସ୍ତାର ନାହିଁ : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆହୁରି ୨ ଦିନ; ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ରାଜ୍ୟରେ ତାପମାତ୍ରା ଧୀରେ ଧୀରେ ବଢ଼ୁଛି । ଏହା ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ଗତକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରି ଉପରେ ରହିଥିବା ବେଳେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁଯାୟୀ, ଆଜି ଠାରୁ ଗରମ ଆହୁରି ବଢ଼ିବ । ଖୋର୍ଧା ସମେତ ସମସ୍ତ ଉପକୂଳ ଜିଲ୍ଲା ଏବଂ ମୟୂରଭଞ୍ଜ ଓ କେନ୍ଦୁଝରରେ  ତାପମାତ୍ରା ୨ ଡିଗ୍ରି ବଢ଼ିବ । ଏହି ବର୍ଦ୍ଧିତ ତାପମାତ୍ରା ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ଏପ୍ରିଲ ୩, ୪ ଓ ୫ ତାରିଖରେ ଉପକୂଳ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ‌ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଭୁବନେଶ୍ବର ସମେତ ଅନେକ ଉପକୂଳ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଘଟିବ ଓ ତାପମାତ୍ରା ସାମାନ୍ୟ କମି ଆସନ୍ତା ୫ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ ।

ଅନୁଗୁଳ, ଢେଙ୍କାନାଳ ସମେତ କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶା‌ରେ ତାପମାତ୍ରା ଆସନ୍ତାକାଲି ଓ ତା’ ପରଦିନ ଭିତରେ ୨ ଡିଗ୍ରି ବଢ଼ିବ। ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହିବ ଓ କେତେକ ସ୍ଥାନରେ ୪୧ ଡିଗ୍ରି ମଧ୍ୟ ଟପିବ। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାହା ଅପରିବର୍ତ୍ତିତ ରହିବ। ତେବେ ପଶ୍ଚିମ ଓଡ଼ିଶା ବିଶେଷ କରି ସମ୍ବଲପୁରରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ବୁଧବାର ଦିନ ତାପମାତ୍ରା ବୃଦ୍ଧିପାଇବ। ବୁଧ ଓ ଗୁରୁବାର ଦୁଇ ଦିନ ମଧ୍ୟରେ ପ୍ରାୟ ୨ ଡିଗ୍ରି ତାପମାତ୍ରା ବଢ଼ିବ ଓ ୬ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ ‌ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe