ଅସହ୍ୟ ଗରମ, ଅସମ୍ଭାଳ ତାତି । ୪୫ ଡିଗ୍ରି ଉପରେ ଟିଟିଲାଗଡ । ୧୩ ସହର ତାପମାତ୍ରା ୪୦ ଡିଗ ପାର

225

କନକ ବ୍ୟୁରୋ : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଟିଟିଲାଗଡ଼ରେ ତାତି ଅସମ୍ଭାଳ ହେଉଛିି । ଗତ କିଛି ଦିନ ହେଲା ୪୫ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ରାଜ୍ୟର ସବୁଠୁ ଅଧିକ ଉତପ୍ତ ସହର ରହିଛି ଟିଟିଲାଗଡ଼ । ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ରହିଛି ୪୫ ଦଶମିକ ୫ ଡିଗ୍ରୀ । ୫ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ଟିଟିଲାଗଡ଼ ପରେ ରହିଛି ତାଳଚେର । ତାଳଚେରର ତାପମାତ୍ରା ୪୪ ଦଶମିକ ୯ ଡିଗ୍ରୀ ରହିଛି । ସେହିପରି ବଲାଙ୍ଗୀରର ତାପମାତ୍ରା ୪୪ ଦଶମିକ ୮, ଭବାନୀପାଟଣାର ତାପମାତ୍ରା ୪୪ ଦଶମିକ ୬ ଏବଂ ଝାରସୁଗଡ଼ାର ତାପମାତ୍ରା ୪୪ ଦଶମିକ ୨ ଡିଗ୍ରୀ ସେଂଟିଗ୍ରେଡ୍ ରେକର୍ଡ କରାଯାଇଛି । ସମ୍ବଲପୁର, ହୀରାକୁଦ ଓ ବୌଦ୍ଧର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିବା ବେଳେ ସୋନପୁରର ପାରା ଛୁଇଁଛି ୪୨ ଦଶମିକ ୨ ଡିଗ୍ରୀ ସେଂଟିଗ୍ରେଡ୍ । ଏପଟେ ତାତି ବଢ଼ୁଥିବାରୁ ୨୯ ତାରିଖ ପର୍ଯ୍ୟନ୍ତ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ଗତ କିଛି ଦିନ ହେଲା ସାରା ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ତେବେ ଏଭଳି ଗରମ ପଛର କାରଣ କଣ । ବାତ୍ୟା ଅମ୍ଫାନ ପ୍ରଭାବରେ ଏଭଳି ତାତି ବଢୁନି ତ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ବର୍ତମାନର ଅସହ୍ୟ ଗରମର କାରଣ ନେଇ ତଥ୍ୟ ଦିଆଯାଇଛି । ପ୍ଲାନେଟୋରିୟମର ଉପନିର୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବା ଅନୁସାରେ, ଆମ ଓଡିଶା ୧୮ରୁ ୨୨ ଡିଗ୍ରୀ ଅକ୍ଷାଂଶ ଭିତରେ ରହିଛି । ତେଣୁ ଓଡିଶାରେ ସୂର୍ଯ୍ୟ ସିଧାସଳଖ ମୁଣ୍ଡ ଉପରେ ମେ ମାସ ୧୮ ତାରିଖରୁ ଜୁନ୍ ୩ ତାରିଖ ଭିତରେ ଆମର ଅବସ୍ଥିତି ଅନୁସାରେ କୌଣସି ଏକ ଦିନରେ ରହିଥାଏ । ଯେପରିକି ଗଜପତି ପାଇଁ ଏହା ମେ ୧୮ ତାରିଖ ହୋଇଥିବା ବେଳେ ରାଉରକେଲାରେ ଏହା ଜୁନ୍ ୩ ତାରିଖ ।

ଭୁବନେଶ୍ୱର ପାଇଁ ଏହା ମେ ୨୨ ତାରିଖ । ଏହି ତାରିଖର ୭ ଦିନ ଭିତରେ ଆମ ନିକଟକୁ ସୂର୍ଯ୍ୟ କିରଣ ପୁରା ଲମ୍ବଭାବରେ ବା ସିଧାସଳଖ ଆସିଥାଏ ଓ କମ୍ ଖେଳାଇ ହୋଇଥାଏ । ବର୍ଷର ଅନ୍ୟ ଦିନ ଗୁଡିକରେ ଏହା ତେରଛା ବା ଢଳି ହୋଇ ପଡିଥାଏ, ଫଳରେ ଅଧିକ ଖେଳାଇ ହୋଇଯାଏ । ଯେଉଁ ଦିନ ଗୁଡିିକରେ ସୂଯ ର୍୍ୟର କିରଣ ପୁରା ଲମ୍ବଭାବରେ ବା ସିଧାସଳଖ ଆସିଥାଏ ସେବେ ପରିବେଶ ଅଧିକ ଉତପ୍ତ ହୋଇଥାଏ । ଏଥିସହିତ ବାୟୁର ଚଳାଚଳ ଓ ଏହାର ବୋହିବାର ଦିଗ ଉପରେ ମଧ୍ୟ ପରିବେଶର ଉତାପ କିଛିଟା ନିର୍ଭର କରେ । ତେଣୁ ଏହା ଏକ ସ୍ୱାଭାବିକ ଓ ସାଧାରଣ ଘଟଣା, ଏଥିପାଇଁ ବ୍ୟସ୍ତ ବା ଭୟଭୀତ ହେବାର କାରଣ ନାହିଁ ବୋଲି ପ୍ଲାନେଟୋରିୟମର ଉପନିର୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକଙ୍କ କହିଛନ୍ତି ।