ବଢ଼ିଚାଲିଛି ଖରାର ପ୍ରକୋପ : ୪୪ ଡିଗ୍ରି ଉପରେ ୫ ସହର, ସୋନପୁରରେ ରାଜ୍ୟର ସର୍ବାଧିକ ୪୪.୮ଡିଗ୍ରି ରେକର୍ଡ

Advertisment
ତାତିରେ ସିଝୁଛି ସାରା ଓଡ଼ିଶା : ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ

କନକ ବ୍ୟୁରୋ : ସାରା ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ପାରଦ ଲଗାତର ଭାବେ ୪୦ଡିଗ୍ରି ଉପରେ ରହୁଥିବାବେଳେ ୫ରୁ ଅଧିକ ସହରରେ ପାରଦ ଗତ ତିନି ସପ୍ତାହ ହେଲା ୪୨ରୁ ୪୬ ଡିଗ୍ରି ମଧ୍ୟରେ ରହୁଛି । ଏପରିକି ଗତ ସପ୍ତାହେ ହେଲା ବଲାଙ୍ଗୀର, ଟିଟିଲାଗଡ଼, ସୋନପୁରରେ ପାରଦ ୪୩ଡିଗ୍ରି ତଳକୁ ଖସିନି । ପଶ୍ଚିମ ଓଡ଼ିଶାର ଏହି ଅଞ୍ଚଳରେ ଲୋକ ଏବେ ଖରାରେ ଆଉଟୁପାଉଟୁ ହୋଇଗଲେଣି ।

ଗତକାଲି ରାଜ୍ୟର ୧୧ଟି ସହରରେ ପାରଦ ୪୦ଡିଗ୍ରି ଉପରେ ଥିବାବେଳେ ଏଥିରୁ ୫ଟି ସ୍ଥାନରେ ପାରଦ ୪୪ଡିଗ୍ରି ଉପରେ ରହିଥିଲା । ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୪.୮ଡିଗ୍ରି ରେକର୍ଡ ହେ‌ାଇଛି । ଗତକାଲି ସୋନପୁର ସମେତ ଟିଟିଲାଗଡ଼ରେ ୪୪.୬, ତାଳଚେରରେ ୪୪.୩, ସମ୍ବଲପୁରରେ ୪୪.୭, ଝାରସୁଗୁଡ଼ାରେ ୪୪ ଡିଗ୍ରି ତାତି ରେକର୍ଡ ହୋଇଛି । ସେହିପରି ଅନୁଗୁଳରେ ୪୨.୭,ସୁନ୍ଦରଗଡ଼ରେ ୪୦, ହୀରାକୁଦରେ ୪୩.୬, ଭବାନିପାଟଣାରେ ୪୩, ବଲାଙ୍ଗୀରରେ ୪୩.୭ ଡିଗ୍ରି ରେକର୍ଡ ହୋଇଛି ।

ଅପରପକ୍ଷେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ କେଉଁଠି କାଳବୈଶାଖୀ ବର୍ଷା ହୋଇନଥିବାବେଳେ ଆସନ୍ତା ୫ଦିନ ପର‌୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି । ଆସନ୍ତା ଦୁଇ ଦିନ ପର‌୍ୟ୍ୟନ୍ତ ଯଦିଓ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼,ସୋନପୁର, ବଲାଙ୍ଗୀର, ନୂଆପଡ଼ା ଆଦି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ କିନ୍ତୁ ଅପରାହ୍ନରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡିରେ କାଳବୈଶାଖୀ ଜନିତ ବର୍ଷାପବନ ହେବ । ୩୦ତାରିଖରେ ଦକ୍ଷିଣ ଓଡ଼ିଶାରେ ଏବଂ ୩୧ତାରିଖରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe