ଆଗାମୀ ୫ ଦିନ ପାଇଁ ୧୦ ଜିଲ୍ଳାରେ ହିଟୱେଭ ୱାର୍ଣ୍ଣିଂ । ଅସୁସ୍ଥ,ଛୋଟ ପିଲା, ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ

Advertisment
ଆଗାମୀ ୫ ଦିନ ପାଇଁ ୧୦ ଜିଲ୍ଳାରେ ହିଟୱେଭ ୱାର୍ଣ୍ଣିଂ । ଅସୁସ୍ଥ,ଛୋଟ ପିଲା, ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ

କନକ ବ୍ୟୁରୋ : ଆଗାମୀ ୫ ଦିନ ପାଇଁ ହିଟୱେଭ ୱାର୍ଣ୍ଣିଂ । ୧୦ ଜିଲ୍ଳାରେ ହିଟ ୱେଭ ୱାର୍ଣ୍ଣିଂ ଜାରିକ ରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ୧୦ ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର. କଳାହାଣ୍ଡି, ଅନୁଗୁଳ ,ବୌଦ୍ଧ, ସୋନପୁର,ନୂଆପଡା, ବରଗଡ, ଝାରସୁଗୁଡା, ମାଲକାନଗିରି , ସମ୍ବଲପୁର । ଅସୁସ୍ଥ,ଛୋଟ ପିଲା, ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି । ଆଜିଠୁ ୨୯ ତାରିଖ ଯାଏଁ ହିଟୱେଭ ୱାର୍ଣ୍ଣିର୍ ଜାରି କରାଯାଇଛି ।

ସେପଟେ ଅନେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଚାଲିଥିବାରୁ ପରିସ୍ଥିତିର ମୁକାବିଲା କରିବାକୁ ସମସ୍ତ ସତର୍କତା ବ୍ୟବସ୍ଥାର ସମୀକ୍ଷା କରି ସୁନିଶ୍ଚିତ ହେବାକୁ ଜିଲ୍ଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ନିର୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତି ମୁକାବିଲା ମର୍ମରେ ପୂର୍ବ ପ୍ରଦତ୍ତ ଚିଠି ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ ପୁଣି ଥରେ ଜିଲ୍ଲାପାଳମାନଙ୍କୁ ଆଜି ଶ୍ରୀ ଜେନା କହିଛନ୍ତି।

ଜଳ ସଙ୍କଟ ପରିସ୍ଥିତି ସୁଧାରିବା ନିମନ୍ତେ ତୁରନ୍ତ ନଳକୂପ ପାଇପ୍ ଯୋଗେ ଯୋଗାଣ ହେଉଥିବା ପ୍ରକଳ୍ପ ମରାମତି କରାଇବା, ପାନୀୟ ଜଳ ସଙ୍କଟ ଥିବା ଜନବସତି ଅଞ୍ଚଳକୁ ଟ୍ୟାଙ୍କ୍‌ର୍ ଯୋଗେ ଜଳ ପଠାଇବା, ଜଳ ସଙ୍କଟ ଥିବା ସ୍ଥାନରେ ପାନୀୟ ଜଳ କେନ୍ଦ୍ର ଖୋଲିବା, ଅଂଶୁଘାତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନା/ଡିସ୍‌ପେନ୍ସରି, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର/ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବତନ୍ତ୍ର ବନ୍ଦୋବସ୍ତ କରିବା, ପ୍ରାଣୀ ସମ୍ପଦର ଯତ୍ନ ନେବା, ଶ୍ରମିକମାନଙ୍କର କାର୍ଯ୍ୟ କରିବାର ସମୟ ଅବଧି ନିର୍ଦ୍ଧାରଣ କରିବା ଆଦି ପଦକ୍ଷେପ ନେବା ପାଇଁ ପୂର୍ବ ପତ୍ରରେ ଜିଲ୍ଲାପାଳମାନଙ୍କ ପ୍ରତି ନିର୍ଦେଶ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe