ଆଭ୍ୟନ୍ତରୀଣ ଓଡିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି : ୩୬ ଘଂଟାରେ ଭିତରେ ୨ରୁ ୩ ଡିଗ୍ରୀ ବଢିପାରେ ତାପମାତ୍ରା,୯ ଜିଲ୍ଲା ପାଇଁ ଆଇଏମଡିର ସତର୍କ ସୂଚନା
କନକ ବ୍ୟୁରୋ : ପ୍ରବଳ ତାତିରେ ସନ୍ତୁଳି ହେଉଛି ସାରା ଓଡ଼ିଶା । ଦିନକୁ ଦିନ ବଢ଼ିଚାଲିଛି ତାପମାତ୍ରା । ଆସନ୍ତା ୩୦ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି ରହିଛି । ରାଜ୍ୟର ୯ଟି ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଆଭ୍ୟନ୍ତରୀଣ ଓଡିଶାର ୯ ଜିଲ୍ଲାରେ ୨-୩ ଡିଗ୍ରୀ ତାତି ବଢିବା ସମ୍ଭାବନା ରହିଛି । ସେଗୁଡିକ ହେଲା ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର, ମାଲକାନଗିରି, ବରଗଡ, ସୋନପୁର, ସୁନ୍ଦରଗଡ ଓ ନୂଆ ପଡା ।
Kanak News is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ୪୮ ଘଂଟା ଭିତରେ ୯ ଜିଲ୍ଲାରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ସମ୍ଭାବନା ରହିଛି । ତେଣୁ ତାତିରୁ ବର୍ତିବା ପାଇଁ ସତର୍କତା ଅବଳମ୍ବନ କରିବାକୁ ଆଇଏମଡି ପକ୍ଷରୁ କୁହାଯାଇଛି । ମଧ୍ୟାହ୍ନ ୧୨ଟାରେ ଅପରାହ୍ନ ୩ଟା ଯାଏଁ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ ସତର୍କ ସୂଚନା ଦିଆଯାଇଛି । ସେହିପରି ଆସନ୍ତା ୨୪ ଘଂଟା ମଧ୍ୟରେ ୯ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ ବର୍ଷା ଓ ବ୍ରଜପାତର ସମ୍ଭାବନା ରହିଛି । ଏ ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଦିଆଯାଇଛି ।
ରାଜ୍ୟର ନବରଙ୍ଗପୁର, କୋରାପୁଟ, ଗଂଜାମ, ଗଜପତି, ରାୟଗଡା, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ ବର୍ଷା ହୋଇପାରେ । ଏହି ସମୟରେ ଘଂଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରିଛିି ପାଣିପାଗ ବିଭାଗ ।