ଚାଲିଗଲା ରୁଆନୁ : ଫେରିଲା ତାତି

9

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚାଲିଗଲା ସାମୁଦ୍ରିକ ବାତ୍ୟା ରୁଆନୁ । ପୁଣି ବଢିଲା ତାତି । ଆଜି ୨ ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଟପିଛି । ଟିଟଲାଗଡ ୪୫ ଦଶମିକ ୫ ଏବଂ ବଲାଙ୍ଗିରର ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ୯ ଟି ସହରର ତାପମାତ୍ରା ୪୦ ଉପରେ ରହିଛି । ଭବାନୀପାଟଣା ୪୪ ଦଶମିକ ୫, ମାଲକାନଗିରି ୪୪.୪, ଝାରସୁଗୁଡା ୪୩ ଦଶମିକ ୪, ହିରାକୁଦ ୪୨ ଦଶମିକ ୪ , ସୋନପୁର ୪୧ ଦଶମିକ ୯ ଏବଂ ସମ୍ବଲପୁର ୪୧ ଦଶମିକ ୨ ରହିଛି । ଆସନ୍ତା ୨ ଦିନ ଯାଏଁ ହିଟ୍ ୱେଭ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଏହା ସହ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା : ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ଜେରା