ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା : ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ଜେରା

27

ରାୟଗଡା : ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାରେ ବିଜେଡିର ଟାଣୁଆ ନେତା ଜୟରାମ ପାଙ୍ଗୀଙ୍କୁ ସିବିଆଇର ଜେରା । ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ ରାଜନୈତିକ ଚାପ ପକାଇଥିବା ଅଭିଯୋଗ ହୋଇଛି ଜୟରାମଙ୍କ ନାଁରେ । ଏହି ମାମଲାରେ ଆଜି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ସିବିଆଇ ଜେରା କରୁଛି । ରାୟଗଡା ସର୍କିଟ ହାଉସରେ ତାଙ୍କୁ ପଚରାଉଚରା କରୁଛି ସିବିଆଇ ।

ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ସ୍କୁଲ ଇନ୍ସପେକ୍ଟର ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଜୟରାମ ରାଜନୈତିକ ଚାପ ମାଧ୍ୟମରେ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଥିଲା । ଏପରିକି ରାୟଗଡ଼ା ଜିଲ୍ଲା ଟିକିରୀ ଶିକ୍ଷୟତ୍ରୀ ଇତିଶ୍ରୀଙ୍କୁ ନେତ୍ରାନନ୍ଦ ଦଣ୍ଡସେନା ଫୋନ୍ ଯୋଗେ ଧମକ ଚକମ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଏନେଇ ୨୦୧୩ ଜାନୁୟାରୀରେ ଟିକିରି ଥାନାରେ ଇତିଶ୍ରୀ, ଜୟରାମଙ୍କ ବିରୋଧରେ ଏକ ମାମଲା ମଧ୍ୟ ଦାୟର କରିଥିଲେ । ଏହା ପରେ ୨୦୧୩ ଅକ୍ଟୋବରରେ ଇତିଶ୍ରୀଙ୍କ ଉପରେ କିରୋସିନୀ ଢ଼ାଲି ନିଆଁ ଲଗାଇଦିଆଗଲା । ୪ ଦିନ ପରେ ଜୀବନ ଯୁଦ୍ଧରେ ହାରିଗଲେ ଇତିଶ୍ରୀ ଏବଂ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ମଧ୍ୟ ଇତିଶ୍ରୀ ଜୟରାମଙ୍କ ନାଁ ନେଇଥିଲେ ।