ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ପାର : ବର୍ତ୍ତମାନ ସୁଦ୍ଧା ଭାଇରସ୍ ସଂକ୍ରମଣରେ ୨୨୦୬ ଜଣଙ୍କ ମୃତ୍ୟୁ,ମହାରାଷ୍ଟ୍ର ଓ ଗୁଜରାଟରେ ସ୍ଥିତି ଗମ୍ଭୀର

215

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭ହଜାର ୧୫୨ରେ ପହଂଚିଛି । ତେବେ ୨୦ହଜାର ୯୧୭ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୪୪ହଜାର ୩୯ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୧୭୧ ଜଣ ଆକ୍ରାନ୍ତ ହୋଇଥିବାବେଳେ, ୪ ହଜାର ୧୯୯ ଜଣ ସୁସ୍ଥ ହୋଇଛନ୍ତି, ଓ ୮୩୨ ଜଣଙ୍କର ମୃତ୍ୟୁ ହୋଇଛି ।

ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ୧୯୪ରେ ପହଁଚିଛି ଓ ମୃତକଙ୍କ ସଂଖ୍ୟା ୪୯୩ରେ ରହିଛି । ସେହିପର ୨ହଜାର ୫ଶହରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଦେଶର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ କେରଳରେ ମୋଟ ୫୧୨ ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ମାତ୍ର ୪ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଥାତ କେରଳରେ ବର୍ତମାନ ମାତ୍ର ୧୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।