ଆରମ୍ଭ ହେଲାଣି ଶୀତ । ଧୀରେ ଧୀରେ ଶୀତ ଅନୁଭୂତ ହେଲାଣି । ଆଉ ଶୀତ ଦିନରେ ଚିନାବାଦାମ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଅନ୍ୟ ଦିନ ମାନଙ୍କରେ ଚିନାବାଦାମ ଖାଇଲେ ମଧ୍ୟ ଶୀତ ଦିନରେ ଖାଇବାର ମଜା ନିଆରା । ସ୍ୱାଦ ସହିତ ଏହା ଶରୀର ପାଇଁ ବହୁତ ଲାଭକାରୀ । ଚିନାବାଦାମ ନିୟମିତି ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ । ପାଚନ କ୍ରିୟାରେ ମଧ୍ୟ ସୁଧାର ଆଣେ ଚିନାବାଦାମ । ଚିନାବାଦାମ ସେବନ ଦ୍ୱାରା ଗ୍ୟାସ ଓ ଏସିଡ଼ିଟି ସମସ୍ୟାରୁ ରକ୍ଷା ମିଳେ । ଚିନାବାଦମର ଆଉ ଅନେକ ଗୁଣ ରହିଛି । ତେବେ ଆସନ୍ତୁ ଜାଣିବା ଚିନାବାଦାମର ଖାଇଲେ କ’ଣ ଲାଭ ମିଳେ . . . .

Advertisment

publive-image

- ଯଦି କାଶ ହେଉଛି ତେବେ ଆପଣ ଆପଣ ଚିନାବାଦାମ ଖାଆନ୍ତୁ । କାଶ ହେଉଥିଲେ ଚିନାବାଦାମ ଖାଇ ଅଧା ଘଂଟା ପରେ ପାଣି ପିଅନ୍ତୁ । ଯଦି ଚିନାବାଦାମ ଖାଇ ଆପଣ ତୁରନ୍ତ ପାଣି ପିଅନ୍ତି , ତେବେ ଆପଣଙ୍କ କାଶ ଅଧିକ ବଢ଼ିଯିବ ।

 - ଏହା ବ୍ୟତୀତ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ରୋଗ କୁହାଯାଉଥିିବା କର୍କଟ ରୋଗର ନିରାକରଣ କରେ ଚିନାବାଦମ । ଚିନାବାଦାମ ସେବନ ଦ୍ୱାରା କର୍କଟ ରୋଗ ହେବାକୁ ଥିଲେ ତା’ର ଆଶଙ୍କା ମଧ୍ୟ କମିଯାଏ ।

- ଶକ୍ତି ବଢ଼ାଏ ଚିନାବାଦାମ । ଏଥିରେ ପ୍ରୋଟିନ ଭରପୁର ମାତ୍ରାରେ ଥାଏ । ଚିନାବାଦାମରେ ପୋଷକ ତତ୍ୱ ମଧ୍ୟ ଥାଏ । ଚିନାବାଦାମ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳେ ।

- ଚିନାବାଦାମ କୋଲେଷ୍ଟରେଲ ମାତ୍ରାକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ଏଥିପାଇଁ ଚିନାବାଦାମ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବେଶ୍ ଜରୁରୀ ।

- ଆଜିକାଲି ହୃଦରୋଗ ଏକ ପ୍ରକାର ସାଧାଣ ରୋଗ ହୋଇଗଲାଣି । ତେଣୁ ଚିନାବାଦାମ ସେବନ ଦ୍ୱାରା ହୃଦରୋଗରୁ ମଧ୍ୟ ମୁକ୍ତି ମିିଳିବ ।

- ବୟସ ବଢ଼ିଲେ ଆସ୍ତେ ଆସ୍ତେ ତ୍ୱଚା ଖରାପ ହେବାରେ ଲାଗେ । ତ୍ୱଚାରେ କୁଞ୍ଚ ନ ମ ପଡ଼େ । ଏଥରୁ ରକ୍ଷା ପାଇବା ପାଇଁ ଚିନାବାଦାମ ସେବନ କରନ୍ତୁ ।