ଅଧିକାଂଶ ଲୋକ ଭାବନ୍ତି କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଗ୍ରୀନ୍ ମଟର ବ୍ୟବହାର କରାଯାଏ । ଆପଣ ମଧ୍ୟ ଯଦି ଏପରି ଭାବୁଥାନ୍ତି ତେବେ ଏହା ଭୁଲ୍ । ମଟର କେବଳ ଖାଦ୍ୟରେ ସ୍ୱାଦ ବଢାଇନଥାଏ ବରଂ ଭିଟାମିନ୍ ଏବଂ ମିନେରାଲରେ ଭରପୁର ମଟର । କେବଳ ସ୍ୱାସ୍ଥ୍ୟ ନୁହେଁ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହେଉଛି ଗ୍ରୀନ୍ ମଟର । ଏବେ ନଜର ପକାନ୍ତୁ ମଟରର ଉପକାରିତା ଉପରେ ।
ପୋଷକ ତତ୍ୱରେ ଭରପୁର ମଟର :
ମଟରରେ ପ୍ରୋଟିନ୍ ଏବଂ ଫାଇବର୍ ପ୍ରଚୁର ପରିମାଣ ଥାଏ । ତେଣୁ ପ୍ରତିଦିନ ଗ୍ରୀନ୍ ମଟର ଖାଇଲେ ଶରୀରରେ ପୋଷକ ତତ୍ୱ ବଢିଥାଏ ।
ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ :
ମଟରରେ ଆଇରନ୍, ଜିଙ୍କ୍ , କପର୍ ଏବଂ ମାଙ୍ଗାନିଜ୍ ଭରପୁର ଥାଏ । ଯାହା ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ । ଏହା ବ୍ୟତୀତ ଏଥିରେ ଆଂଟି ଅକ୍ସିଡେଂଟ୍ ମଧ୍ୟ ଥାଏ । ଯାହା ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ । ଫଳରେ ବିଭିନ୍ନ ପ୍ରକାର ରୋଗରୁ ଶରୀର ମୁକ୍ତ ରହିଥାଏ ।
ସୁଗାରକୁ ନିୟନ୍ତ୍ରିତ କରିଥାଏ :
ନିୟମିତ ମଟର ଖାଇଲେ ଶରୀରରେ ସୁଗାରର ମାତ୍ରା ନିୟନ୍ତ୍ରିତ ରହିଥାଏ । ଯାହା ଦ୍ୱାରା ମଧୁମେହ ହେବାର ଆଶଙ୍କା କମ୍ ଥାଏ ।
ହାଡ଼ ମଜଭୂତ ହୋଇଥାଏ :
ମଟରରେ ପ୍ରଚୁର ପରିମାଣର କ୍ୟାଲସିୟମ୍ ଏବଂ ଜିଙ୍କ୍ ରହିଥାଏ । ଯାହା ହାଡକୁ ମଜଭୂତ ରଖିବାରେ ସାହାଯ୍ୟ କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/Green-peas-in-wooden-bowl.jpg)