ଶରୀର ପାଇଁ କଲରା ବହୁତ ଗୁଣକାରୀ : ଆସନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ ଜାଣିବା . . .

109

ସାଧାରଣତଃ କଲରା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି ନାହଁ । କାରଣ କଲରା ଖାଇବାକୁ ପିତା ଲାଗିଥାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା କଲରାରେ ରହିଥିବା କେତେକ ଔଷଧିକ ଗୁଣ ସମ୍ବନ୍ଧରେ ।

ଯନ୍ତ୍ରଣାକୁ ଦୂର କରେ – ପ୍ରଥମେ କିଛି ତାଜା କଲରା ପତ୍ର ନିଅନ୍ତୁ । ଏହା ପରେ ଏହାକୁ ବାଟନ୍ତୁ । ତା’ପରେ ଏହାକୁ ମୁଣ୍ଡରେ ଲଗାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ମୁଣ୍ଡବ୍ୟଥା ସମସ୍ୟା ଧିରେ ଧିରେ ଦୂର ହୋଇଯିବ ।

ଘା’କୁ ଭଲ କରେ – କିଛି କଲରା ଚେର ନିଅନ୍ତୁ । ଏହାକୁ ବାଟି ଦିଅନ୍ତୁ । ତା’ପରେ ଘା’ ହୋଇଥିବା ସ୍ଥାନରେ ଲେପ ଦେଇ ଦିଅନ୍ତୁ । ଦେଖିବେ ଘା’ ଶୀଘ୍ର ପାଚି ଯାଇ ପୂଜ ବାହାରି ଯିବ । ଯାହା ଫଳରେ ଘା’ ଧିରେ ଧିରେ ଶୁଖିଯିବ ।

ଆଣ୍ଠୁ ସମସ୍ୟାରୁ ମୁକ୍ତି ଦିଏ – କେକେତ କଂଚା କଲରା ନିଅନ୍ତୁ । ଏହାକୁ ନିଆଁରେ ଭଲ ଭାବରେ ପୋଡି ଦିଅନ୍ତୁ । ତା’ ପରେ ଭଲ ଭାବରେ ବାଟି ଦିଅନ୍ତୁ । ଏହା ପରେ ତୁଳା କିମ୍ବା ସଫା ସୂତା କପଡାରେ ରଖି ଆଣ୍ଠୁ ଉପରେ ପଟି ବାନ୍ଧି ଦିଅନ୍ତୁ । ଦେଖିବେ ଆଣ୍ଠୁ ଯନ୍ତ୍ରଣା ଦୂର ହୋଇଯିବ ।

ଷ୍ଟୋନ ସମସ୍ୟାରୁ ଲାଭ ମିଳିବ- ସାଧାରଣତଃ କଲରାକୁ ଆମେ ରୋଷେଇ କରି ସେବନ କରିଥାଉ । ଯଦି ଆମେ ଏହି କଲରାକୁ ଜୁସ କରି ସେବନ କରିବା ତାହା ହେଲେ ଏହା ଷ୍ଟୋନ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ବହୁ ସାହାଯ୍ୟ କରିଥାଏ ।

ଦାଗ ଲିଭିଯାଏ – ଯଦି ଆପଣଙ୍କ ତ୍ୱଚାରେ କିଛି ଦାଗ ରହିଥାଏ । ଦାଗକୁ ଦୂର କରିବାରେ କଲରା ବହୁ ସାହାଯ୍ୟ କରିଥାଏ । କିଛି କଲରା ପତ୍ର ନିଅନ୍ତୁ । ସେଥିରେ କିଛି ପରିମାଣର ମୁଲତାନୀ ମାଟି ମିଶାଇ ପ୍ରସ୍ତୁତ କରନ୍ତୁ । ତା’ପରେ ମୁହଁରେ ଏହାକୁ ଲଗାନ୍ତୁ । ମୁଲତାନୀ ମାଟି ନ ମିଳିଲେ କଲରା ରସକୁ ତୁଳାରେ ବୁଢାଇ ତ୍ୱଚାରେ ଲଗାନ୍ତୁ । ଫଳରେ ସବୁ ଦାଗ ହଟିବା ସହିତ ତ୍ୱଚା ସୁନ୍ଦର ହୋଇଥାଏ ।

କୃମି ସମସ୍ୟା – ଯଦି ଆପଣଙ୍କ ଘରେ କୌଣସି ପିଲାର କୃମି ସମସ୍ୟା ଦେଖାଯାଏ । ତାହା ହେଲେ କଲରାକୁ ଜୁସ କରି ଖାଲି ପେଟରେ ସେବନ କରନ୍ତୁ । ଏହିପରି ସକାଳୁ ସପ୍ତାହ ପର୍ଯ୍ୟନ୍ତ ପିଅନ୍ତୁ । ଦେଖିବେ କୃମି ଜନିତ ସମସ୍ୟାରୁ ଆପଣ ମୁକ୍ତି ପାଇଯିବେ ।

ସବୁଠାରୁ ବଡକଥା ହେଲା ଏହା ଡାଇବେଟିସ ଭଳି ରୋଗ ସମସ୍ୟାରୁ ନିୟନ୍ତ୍ରଣ କରିବାରେ ବହୁ ସାହାଯ୍ୟ କରିଥାଏ । କଲରାରେ ଭରପୂର ମାତ୍ରରେ ଔଷଧିୟ ଗୁଣ ରହିଛି ।