ତେଜପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ ! ଅନେକ ରୋଗରୁ ତୁରନ୍ତ ଦିଏ ମୁକ୍ତି

165

HETHEAତେଜପତ୍ରକୁ ମସଲା ଭାବରେ ବ୍ୟବହାର କରାଯାଏ । ତେଜ ପତ୍ରରେ ପ୍ରତୁର ପରିମାଣର କପର୍, ପଟାସିୟମ୍ , କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସେଲେନିୟମ୍ ଏବଂ ଆଇରନ୍ ଅଛି । ଲୋକମାନେ ତେଜପତ୍ରକୁ ଯଦିଓ ମସଲା ଭାବରେ ବ୍ୟବହାର କରନ୍ତି କିନ୍ତୁ ଏଥିରେ ରହିଛି ଅଗଣିତ ଔଷଧୀୟ ଗୁଣ । ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଅନେକ ରୋଗକୁ ମାତ୍ର କିଛି କ୍ଷଣ ମଧ୍ୟରେ ଭଲ କରିଦିଏ ତେଜପତ୍ର । ଏବେ ନଜର ଏହାର ଔଷଧୀୟ ଗୁଣ ଉପରେ ।

ପାଚନ ପ୍ରକ୍ରିୟା : ତେଜପତ୍ର ଖାଇଲେ ପାଚନ ଜନିତ ଅନେକ ସମସ୍ୟା ଦୂର କରିଥାଏ । ଏସିଡିଟି, କୋଷ୍ଠକାଠିନ୍ୟ, ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ତେଜପତ୍ର ।

ମଧୁମେହ : ଯେଉଁ ବ୍ୟକ୍ତି ମାନେ ଟାଇପ୍ -୨ ମଧୁମେହରେ ପୀଡିତ ସେମାନଙ୍କ ପାଇଁ ତେଜପତ୍ର ଖୁବ୍ ଲାଭଦାୟକ । ଖାଦ୍ୟରେ ନିୟମିତ ତେଜପତ୍ର ବ୍ୟବହାର କଲେ ସୁଗାର୍ ସ୍ତର ନିୟନ୍ତ୍ରିତ ହୋଇଥାଏ ।

Tejpatta Bay-Leaf health benefitsକିଡନୀ ସମସ୍ୟା : ପାଣିରେ ତେଜପତ୍ର ପକାଇ କିଛି ସମୟ ଫୁଟାନ୍ତୁ । ଥଣ୍ଡା ହୋଇସାରିବା ପରେ ଏହି ପାଣିକୁ ପିଅନ୍ତୁ । ନିୟମିତ ଏହି ପାଣି ପିଇଲେ କିଡନୀ ସମ୍ବନ୍ଧିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଆଂଟି କ୍ୟାନ୍ସର ତତ୍ୱ : ତେଜପତ୍ରରେ କେଫିକ୍ ଏସିଡ୍, କ୍ୱେରସେଟିନ୍ ଏବଂ ଇଉଗିନେଲ୍ ନାମକ ତତ୍ୱ ରହିଛି । ଯାହା ମେଟାବୋଲିଜିମ୍ ଏବଂ କ୍ୟାନ୍ସର୍ ଭଳି ରୋଗ ସହ ଲଢିବା ପାଇଁ ସାହାଯ୍ୟ କରିଥାଏ ।

ପୀଡା ପାଇଁ ଲାଭଦାୟକ : ଆଣ୍ଠୁ ଗଣ୍ଠି ତଥା ଅନ୍ୟ ପ୍ରକାର ପୀଡାରେ ତେଜପତ୍ରର ତେଲ ମାଲିସ୍ କଲେ ତୁରନ୍ତ କଷ୍ଟ ଦୂର ହୋଇଯାଇଥାଏ ।

ନିଦ ଭଗାଏ : ଅଧିକାଂଶ ଲୋକଙ୍କୁ ଖୁବ୍ ନିଦ ଲାଗିଥାଏ । ଏଭଳି ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହେଉଛି ତେଜପତ୍ର । ରାତିରେ ପାଣିରେ ତେଜପତ୍ରକୁ ଭିଜାଇ ରଖନ୍ତୁ । ପ୍ରତିଦିନ ସକାଳୁ ଉଠି ଏହି ପାଣି ପିଅନ୍ତୁ । ଏପରି କଲେ ଅଳସୁଆ ପଣ ବା ନିଦୁଆ ଲାଗି ନଥାଏ ।