ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଦୂର ହୁଏ ଅନେକ ଗମ୍ଭୀର ସମସ୍ୟା . . . . . .

226

ନିମ୍ବ ଅତି ଗୁଣକାରୀ ବନୌଷଧୀ ମାନଙ୍କ ଭିତରୁ ନିମ୍ବ ଅନ୍ୟତମ । ନିମ୍ବତେଲ ଅନେକ ପ୍ରକାରର ଚର୍ମରୋଗରେ ବ୍ୟବହାର କରାଯାଏ । ବସନ୍ତ ଋତୁ ଆଗରୁ ନିମ୍ବକଢ଼ ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ । ଆପଣ ଜାଣନ୍ତି କି ନିମ୍ବ ପତ୍ରରେ କିଛି ଏପରି ଗୁଣ ଅଛି ଯାହାର ପାଣିକୁ ବ୍ୟବହାର କରି ଆପଣଙ୍କ ଅନେକ ରୋଗ ଭଲ ହୋଇଯିବ । ନିମ୍ବ ଏମିତି ଏକ ଔଷଧୀୟ ବୃକ୍ଷ ଯାହାର ପ୍ରତି ଅଂଶରେ ଶରୀରର ଲାଭ ପାଇଁ ବ୍ୟବହୃତ ହୋଇପାରିବ । ନିମ୍ବ ପତ୍ରରେ ଆଣ୍ଟିମାଇକ୍ରୋବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ଅନେକ ବଡ଼ ବଡ଼ ରୋଗ ପାଇଁ ରାମବାଣ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ନିମ୍ବ ପାଣିରେ ଗାଧୋଇଲେ କ’ଣ ଲାଭ ମିଳିବ . . . .

– ଯଦି ଆପଣଙ୍କର ତ୍ୱଚା ସମ୍ମନ୍ଧୀୟ କିଛି ସମସ୍ୟା ଅଛି, ତେବେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଏହା ଦୂର ହୋଇଥାଏ । ବସନ୍ତ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମଧ୍ୟ ନିମ୍ବ ପାଣିରେ ଗାଧୋଇବା ପାଇଁ ପରାମର୍ଶ ଦିଆଯାଏ ।

– ଯଦି ଆପଣଙ୍କ ଚେହେରାରେ ବ୍ରଣ ହୋଇ ଦାଗ ରହିଯାଇଛି ତେବେ ଏପରିସ୍ଥଳେ ଆପଣ ନିମ୍ବର ପାଣି ବ୍ୟବହାର କରିପାରିବେ । ତେବେ ଏଥିପାଇଁ ସପ୍ତାହକୁ ୩-୪ ଥର ନିମ୍ବ ପାଣିରେ ଗାଧୋଇବାକୁ ପଡ଼ିବ ।

– ଯେଉଁ ଲୋକଙ୍କ ଶରୀରୁ ଦୁର୍ଗନ୍ଧ ବାହାରୁଛି ସେମାନେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ସମସ୍ୟା ଦୂର ହୁଏ ।

– ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ଲିମ୍ବ ପତ୍ରର ପାଣି ବ୍ୟବହାର କରିପାରିବେ । ନିମ୍ବ ପତ୍ର ପାଣିରେ କେଶ ଧୋଇବା ଦ୍ୱାରା କେବଳ ରୂପି ସମସ୍ୟା ଦୂର ହୁଏନାହିଁ କେଶରେ ଚମକ ମଧ୍ୟ ବଢ଼େ ।

– ସିଝା ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଆଖି ରୋଗରୁ ମୁକ୍ତି ମିଳେ । ତେଣୁ ଆପଣ ଯଦି ଆଖି ରୋଗରେ ପୀଡ଼ିତ ତେବେ ନିମ୍ବ ପାଣିରେ ଗାଧୋଇବା ଉଚିତ୍ ।

କିପରି ପ୍ରସ୍ତୁତ କରିବେ ନିମ୍ବ ପାଣି –
କିଛି ନିମ୍ବ ପତ୍ର ଆଣି ତାକୁ ପ୍ରଥମେ ଧୋଇ ଦିଅନ୍ତୁ । ଏକ ବଡ଼ ବାସନରେ ପାଣି ଫୁଟାଇ ସେଥିରେ ନିମ୍ବ ପତ୍ର ପକାନ୍ତୁ । ପତ୍ର ପକାଇବା ପରେ ପାଖାପାଖି ୫ ରୁ ୧୦ ମିନିଟ୍ ସିଝାନ୍ତୁ । ଯେତେବେଳେ ପାଣିର ରଙ୍ଗ ହାଲୁକା ହଳଦିଆ ହୋଇଗଲେ ଆଞ୍ଚରୁ ପାଣିକୁ ଓହ୍ଲାଇ ଆଣନ୍ତୁ । ଏବେ ଉକ୍ତ ପାଣିକୁ ଛାଣି ଦିଅନ୍ତୁ । ଏବେ ଏହି ପାଣିକୁ ଆପଣ ବ୍ୟବହାର କରିପାରିବେ ।