ହେଡ଼ଫୋନରେ କାହଁକି R ଓ L ଲେଖା ହୋଇଥାଏ ? ଏହାର ଅର୍ଥ ବାମ ଓ ଡ଼ାହାଣ ନୁହଁ, ଜାଣନ୍ତୁ କାହିଁକି ଏପରି ଲେଖାଥାଏ ?

50

ଆଜିକାଲି ସମସ୍ତେ ବିଭିନ୍ନ ପ୍ରକାର ଗ୍ୟାଜେଟ୍ ବ୍ୟବହାର କରୁଛନ୍ତି । ତେବେ ଏଥି ମଧ୍ୟରୁ ଇୟରଫୋନ୍ ଓ ହେଡ଼ଫୋନ୍ ଏଜ ଜରୁରୀ ଜିନିଷ । ଫୋନ୍ ହେଉ କିମ୍ବା ଲ୍ୟାପଟପ୍ ଇୟରଫୋନ୍ ଓ ହେଡ଼ଫୋନ୍ ବହୁତ ଭଲ କାମ କରେ । ତେବେ ଆପଣ ହେଡ଼ଫୋନ୍ ଲଗାଇ ବହୁତ ଗୀତ ଶୁଣିଥିବେ ମଧ୍ୟ । କିନ୍ତୁ ହେଡ଼ଫୋନରେ ଗୋଟିଏ ପଟେ L ଓ ଅନ୍ୟପଟେ R ଲେଖାହୋଇଥାଏ । ଆପଣ ଯଦି ଭାବୁଛନ୍ତି ଏହାର ଅର୍ଥ ବାମ ଓ ଡାହାଣ ତେବେ ଆପଣଙ୍କ ଧାରଣା ଭୁଲ । ପ୍ରକୃତକଥା ହେଲା ଏହି ଚିହ୍ନ ବିନା କାରଣରେ ଦିଆଯାଇନାହିଁ । ଏହା ପଛରେ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ କାରଣ । ସାଉଣ୍ଡ ଇଞ୍ଜିନିୟରିଂ ଠାରୁ ଆରମ୍ଭ କରି ରେକଡିଙ୍ଗ ସହ ଜଡ଼ିତ ରହିଛି R ଓ L ଲେଖାର ତାତ୍ପର୍ଯ୍ୟ । ସର୍ବପ୍ରଥମ କାରଣ ହେଲା ରେକଡ଼ିଙ୍ଗ୍ । ଯଦି ଷ୍ଟେରିଓ ରେକଡ଼ିଙ୍ଗ ସମୟରେ ସାଉଣ୍ଡ L ପଟୁ ଆସୁଛି, ତେବେ ହେଡଫୋନର ବାମ ଚ୍ୟାନେଲରୁ ଅଧିକ ଶୁଣାଯିବ ଓ ଡାହାଣ ଚ୍ୟାନେଲରୁ ଟିକିଏ ଅଳ୍ପ ଶୁଣାଯିବ ।

Earphones ଓ headphones ରେ Left ଓ Right ଚ୍ୟାନେଲ ଥିବାର ଆଉ ଅନ୍ୟ କାରଣ ରହିଛି । R  ଓ L ଯୋଗୁଁ ୨ ଟି ଭିନ୍ନ ଭିନ୍ନ ଧ୍ୱନୀକୁ ଅଲଗା କରି ଶୁଣିବା ସୁବିଧା ହୋଇଯାଏ । ସେମାନଙ୍କ ମଧ୍ୟରେ ଅନ୍ତର ଚିହଟ କରିବା ସହଜ ହୋଇଯାଏ । ଅନେକ ଏପରି ଗୀତ ଅଛି ଯେଉଁଠି Loud Musical Instruments ଓ Soft Musical instrument ଏକାସଙ୍ଗେ ଆସେ । ଏପରିସ୍ଥଳେ Soft Musical instrument ର ଧ୍ୱନୀ ଅନ୍ୟ ଧ୍ୱନୀ ସାମ୍ନାରେ ଧୀମା ପଡ଼ିଯାଏ । ଏଥିପାଇଁ ଉଭୟ ପ୍ରକାର ଧ୍ୱନୀ ଅଲଗା ଅଲଗା ଚ୍ୟାନେଲରୁ ଭଲରେ ଶୁଣାଯାଏ । ଉଭୟ ପଟୁ ଶୁଣିବା ବ୍ୟତୀତ ସିନେମାରେ ସଠିକ ସାଉଣ୍ଡ ରେକଡ଼ିଙ୍ଗ ପାଇଁ Left ଓ Right  ଚ୍ୟାନେଲ ଜରୁରୀ । ଯଦି ଆପଣ କେବେ ଲାପଟପରେ ଇୟରଫୋନ୍ କିମ୍ବା ହେଡ଼ଫୋନ ବ୍ୟବହାର କରିିଛନ୍ତି ତେବେ ନିଶ୍ଚିତ ଏକଥା ଅନୁମାନ କରିଥିବେ ।