ଶିକ୍ଷକଙ୍କ ଦବଙ୍ଗଗିରି : ନାବାଳକକୁ ମାଡ ମାରି ଲହୁଲୁହାଣ କଲେ ପ୍ରଧାନଶିକ୍ଷକ

577

କନକ ବ୍ୟୁରୋ : ଝାରସୁଗୁଡାରେ ସାମ୍ନାକୁ ଆସିଛି ଶିକ୍ଷକଙ୍କ ଦବଙ୍ଗଗିରି । ଝାରସୁଗୁଡା ପୌରାଂଚଳର ବାଲିଜୋରି ନୋଡାଲ ୟୁପି ସ୍କୁଲରେ ନାବାଳକକୁ ମାଡ ମାରି ଲହୁଲୁହାଣ କରିଛନ୍ତି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ । ଶିବଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଦ୍ୟାଳୟ ଏକ ଦଣ୍ଡମୁକ୍ତ ଅଂଚଳ ହୋଇଥିଲେ ମଧ୍ୟ ପଂଚମ ଶ୍ରେଣୀ ଛାତ୍ର ଶିବ ଧରୁଆକୁ ପ୍ରଧାନଶିକ୍ଷକ ଯେପରି ମାଡ ମାରିଛନ୍ତି ତାହା ଅଂଚଳରେ ଅସନ୍ତୋଷ ସୃଷ୍ଟି କରିଛି ।

ସେପଟେ ମାଡ ଖାଇ ଗୁରୁତର ହୋଇଥିବା ଶିବର ଅଭିଭାବକ ଅଭିଯୋଗ ଆଣିଛନ୍ତି ପ୍ରଧାନ ଶିକ୍ଷକ ପିଲାଙ୍କୁ ମାଡ ମାରିବା ସହ ବିଭିନ୍ନ ସମୟରେ ଖରାପ ଭାଷାରେ ଗାଳି ଦେଇଥାନ୍ତି । ଆଗରୁ ଶିବକୁ ମଧ୍ୟ ସେହି ପ୍ରଧାନଶିକ୍ଷକ ମାଡ଼ ମାରିଥିଲେ ମଧ୍ୟ ଭୟରେ ସେ ଘରେ କିଛି କହିନଥିଲେ ବୋଲି ଅଭିଯୋଗ କରିଛନ୍ତି ଶିବର ଅଭିଭାବକ । ପୁରା ଘଟଣା ନେଇ ପ୍ରଧାନ ଶିକ୍ଷକ ନିର୍ମଳ ନାଏକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।