ଇଏମଆଇ ନଦେଇ ପାରିବାରୁ ଏଚଡ଼ିଏଫସି ବ୍ୟାଙ୍କ୍ ଅଧିକାରୀଙ୍କୁ ହତ୍ୟା କଲା ଯୁବକ : ଅଭିଯୁକ୍ତ କହିଲା, ଲୁଟ ସମୟରେ ବିରୋଧ କରିବାରୁ ହତ୍ୟା କଲି

35

କନକ ବ୍ୟୁରୋ : ଏଚଡ଼ିଏଫସି ବ୍ୟାଙ୍କ ଅଫିସର ସିଦ୍ଧାର୍ଥଙ୍କ ମର୍ଡ଼ର କେସର ସମାଧାନ ହୋଇଯାଇଛି । ସରଫରାଜ ନାମ ଜଣେ ଯୁବକକୁ ଗିରିଫ କରିଛି ପୋଲିସ । ଆଉ ସିଦ୍ଧାର୍ଥଙ୍କୁ ହତ୍ୟା କରିଥିବା କଥା ନିଜେ ସ୍ୱୀକାର କରିଛନ୍ତି ସରଫରାଜ ଶେଖ୍ । ଦୋଷ ସ୍ୱୀକାର କରିବା ସହ ଟଙ୍କା ପାଇଁ ହତ୍ୟା କରିଥିବା କଥା ଅଭିଯୁକ୍ତ ପ୍ରକାଶ କରିଛି । ବାଇକର ଇଏମଆଇ ଦେବା ପାଇଁ ଅଭିଯୁକ୍ତଙ୍କୁ ୩୦ରୁ ୩୫ ହଜାର ଟଙ୍କା ଦରକାର ଥିଲା । ଆଉ ତାଙ୍କ ପାଖରେ ଟଙ୍କା ନଥିଲା । କୌଣସି ମତେ ସେ ଟଙ୍କା ଯୋଗାଡ଼ କରିପାରିନଥିଲେ । ଇଏମଆଇ ଟଙ୍କା ଦେବା ପାଇଁ ସେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ।

ଘଟଣା ଦିନ ଏଚଡ଼ିଏଫସି ବ୍ୟାଙ୍କର ଭାଇସ୍ ପ୍ରେସିଡ଼େଣ୍ଟ ସିଦ୍ଧାର୍ଥ ସଂଘଭୀ ୫ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ କମଳା ମିଲ୍ପ ଅଫିରୁ ନିଖୋଜ ହୋଇଯାଇଥିଲେ । ସେ ପ୍ରତିଦିନ ଅଫିସରୁ ୭.୩୦ରୁ ୮.୩୦ ମଧ୍ୟରେ ଘରୁ ପାଇଁ ବାହାରି ଯାଆନ୍ତି । ପୋଲିସର କହିବା ଅନୁସାରେ ସରଫରାଜ ଲୁଟ ପାଇଁ ପ୍ରଥମେ ସିଦ୍ଧାର୍ଥକୁ ରୋକିଥିଲେ । ତେବେ ସିଦ୍ଧାର୍ଥ ବିରୋଧ କରିବା ସହ ପାଟି କରିିଲେ । ତେଣୁ ସରଫରାଜ ତାଙ୍କର ଗଳା କାଟି ହତ୍ୟା କରିଥିଲେ । ଆଉ ହତ୍ୟା କରିବା ପରେ ତାଙ୍କ କାରରେ ଶବ ନେଇଯାଇ ଶବକୁ ଫୋପାଡ଼ି ଦେଇ ଆସିଥିଲା । ତେବେ ସିର୍ଦ୍ଧାର୍ଥଙ୍କ ପରିବାର ଲୋକ ଏକଥାକୁ ବିଶ୍ୱାସ କରୁନାହାନ୍ତି ।

ତେବେ ଦୋଷ ସ୍ୱୀକାର କଲାପରେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ସରଫରାଜ ସତ କହୁଛି ନା ମିଛ କହୁଛି ବୋଲି ଏବେ ବି ଛାନଭିନ୍ ଜାରି ରହିଛି । ହତ୍ୟାକାଣ୍ଡ ପଛର କାରଣ ଲୁଟ ଥିଲା ନା ଆଉ କିଛି କାରଣ ଅଛି ସେନେଇ ଏବେ ବି ତଦନ୍ତ କରାଯାଉଛି । କାରଣ ସିଦ୍ଧାର୍ଥଙ୍କ ଘଂଟା ଏବେ ବି ଗାୟବ ଅଛି । ଏହି ଅପରାଧରେ ଏକା ସରଫରାଜର ହାତ ଅଛି ନା ଆଉ କେହି ସହଯୋଗ କରିଛି ସେନେଇ ପୋଲସି ତଦନ୍ତ କରୁଛି ।