ଏଚଡ଼ିଏଫସି ବ୍ୟାଙ୍କ ଏଟିଏମରୁ ଆପେ ଆପେ ବାହରୁଛି ଟଙ୍କା ! ଜାଣନ୍ତୁ ନିଜ କଷ୍ଟ ଉପାର୍ଜିତ ଧନର ସୁରକ୍ଷା କିପରି କରିବେ ?

23

ଏଚଡ଼ିଏଫସି ବ୍ୟାଙ୍କରେ ଆପଣଙ୍କର ବ୍ୟାଙ୍କ୍ ଆକାଉଂଟ ଅଛି କି ? ତେବେ ବେଳ ଥାଉ ଥାଉ ସାବଧାନ ରୁହନ୍ତୁ । ନହେଲେ କ୍ଷତିରେ ପଡ଼ପାରନ୍ତି । ନିକଟରେ ଗୁରୁଗ୍ରାମର ଏଚଡ଼ିଏଫସି ବ୍ୟାଙ୍କରୁ ଫର୍ଜି ଉପାୟରେ ଟଙ୍କା ବାହାର କରାଯାଉଥିବାର ମାମଲା ସାମ୍ନାକୁ ଆସିଛି । ଡେବିଟ୍ କାର୍ଡ଼ କ୍ଲୋନିଂ ଜରିଆରେ ଏପରି କାମ ହେଉଛି ବୋଲି ସୂଚନା ମିଳିଛି । ହ୍ୟାକରମାନେ ୟୁନିଟେକ ସାଇବାର ପାର୍କ ସ୍ଥିତ ଏଟିଏମକୁ ଟାର୍ଗେଟ କରିଛନ୍ତି । ଏପରି ଠକେଇର ଶିକାର ହୋଇଥିବା ଜଣେ ବ୍ୟକ୍ତି ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି । ଠକାମିର ଶିକାର ହୋଇଥିବା ବ୍ୟକ୍ତି କହିଛନ୍ତି, ହ୍ୟାକରମାନେ ଖାତାକୁ ଦରମା ଆସିବା ଦିନ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ସେ କହିଛନ୍ତି ଗୁରୁଗ୍ରାମ ସ୍ଥିତ ୟୁନିଟେକ ସାଇବର ପାର୍କରେ ୧ ମେ ଠାରୁ ଏଚଡ଼ିଏଫସି ବ୍ୟାଙ୍କର ଡେବିଟ୍ କାର୍ଡ଼କୁ କ୍ଲୋନିଂ ଜରିଆରେ ଏକ ବଡ଼ ରାଶିର ଠକେଇ କରିଛନ୍ତି ।

HDFC Bank

ଏଟିଏମରେ ଡେବିଟ୍ କାର୍ଡ଼ ସ୍ୱାଇପ୍ କରିବା ପରେ ଟଙ୍କା ବାହାର କରୁଛନ୍ତି ହ୍ୟାକର । ସେ କହିଛନ୍ତି ମୋର ଏଚଡ଼ିଏଫସି ଆକାଉଂଟରୁ ୪୦,୦୦୦ ଟଙ୍କା ବାହାର କରାଯାଇଛି । ଅଙ୍କିତ ଅଗ୍ରୱାଲ ନାମକ ଆଉ ଜଣେ ବ୍ୟକ୍ତି କହିଛନ୍ତି, ଅନେକ ଲୋକ ଠକାମିର ଶିକାର ହେଉଛନ୍ତି । ଆଉ ଜଣେ ବ୍ୟକ୍ତିଙ୍କ ଠାରୁ ୫୦ ହଜାର ଟଙ୍କା ବାହାର କରାଯାଇଛି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ପାଖାପାଖି ଦେଢ଼ ବର୍ଷ ପୂର୍ବରୁ ୩୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଡ଼େବିଟ୍ କାର୍ଡ଼ ଏକ ସଙ୍ଗେ ହ୍ୟାକ ହେବାରଥିଲା । ଏହାର ଶିକାର ହୋଇଥିବା କିଛି ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଶୀଘ୍ର ସିକ୍ୟରିଟି କୋର୍ଡ଼ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ସେହି ସମୟରେ ବଡ଼ ସଂଖ୍ୟାରେ କୋର୍ଡ଼ ପରିବର୍ତ୍ତନ କରିବା ସହ ବ୍ଲକ କରାଯାଇଥିଲା । ସାଇବର ସୁରକ୍ଷା ବିଶେଷଜ୍ଞ ଏକ ସଙ୍ଗେ ଏଟିଏମ ନେଟୱର୍କ ଓ ପ୍ରଭାବିତ ହୋଇଥିବା କହିଥିଲେ ।