‘ହେଟଷ୍ଟୋରି-୪’ ସିନେମାର ସୁଟିଂ ସେଟରେ ଅଘଟଣ ! ନୃତ୍ୟାଭ୍ୟାସ ସମୟରେ ଉର୍ବଶୀଙ୍କ ପାଦରେ ଲାଗିଲା ଆଘାତ

20

‘ହେଟଷ୍ଟୋରି-୪’ର ନାୟିକା ଭାବେ ଦେଖିବାକୁ ମିଳିବେ ହଟ୍ ଆଣ୍ଡ୍ ସେକ୍ସି ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ । ତେବେ ନିକଟରେ ସିନେମାର ସୁଟିଂ ସମୟରେ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଛନ୍ତି ଉର୍ବଶୀ । ସୂଚନା ମୁତାବକ, ସିନେମାରର ଏକ ଗୀତ ପାଇଁ ସେ ନୃତ୍ୟାଭ୍ୟାସ କରିବା ସମୟରେ ତାଙ୍କ ପାଦ ଖସିଯିବାରୁ ଉର୍ବଶୀଙ୍କ ପାଦରେ ଜୋର୍ ଆଘାତ ଲାଗିଛି । ଉର୍ବଶୀଙ୍କ ପାଦରୁ ପ୍ରବଳ ରକ୍ତସ୍ରାବ ହେବା ସାଂଗକୁ ତାଙ୍କ ପାଦ ମଧ୍ୟ ଫୁଲିଥିବାର ସୂଚନା ମିଳିଛି।

ଉର୍ବଶୀଙ୍କର ଅବସ୍ଥା ଦେଖି ଡାକ୍ତର ଓ ଫିଲ୍ମର ନିର୍ଦ୍ଦେଶକ ତାଙ୍କୁ କିଛିଦିନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ହେଲେ ବଲିଉଡ୍ର ଏହି ସୁନ୍ଦରୀ ସେମାନଙ୍କ କଥାକୁ କର୍ଣ୍ଣପାତ ନ କରି ପ୍ରତ୍ୟେକ ଦିନ ତାଙ୍କର ଅଭ୍ୟାସକୁ ଅବ୍ୟାହତ ରଖିଛନ୍ତି । ଏକ ୱେବସାଇଟ୍ ମୁତାବକ୍ ଉର୍ବଶୀ କହିଛନ୍ତି ଯେ, ତାଙ୍କର ନାଚ ପ୍ରତି ଦୁର୍ବଳତା ରହିଥିବା ବେଳ ନାଚିବା ତାଙ୍କୁ ବହୁତ ଭଲଲାଗେ । ଯେଉଁ କାରଣରୁ ସେ ନାଚକୁ ଛାଡ଼ିପାରୁ ନାହାନ୍ତି ।

ଆପଣଙ୍କ ସୂଚନା ଲାଗି ଜଣାଉଛୁ ଯେ, ନିକଟରେ ‘ହେଟଷ୍ଟୋରି-୪’ର ଫାଷ୍ଟ୍ ଲୁକ୍ ରଲିଜ୍ ହୋଇଥିବା ବେଳେ ଏହାର ରିଲିଜ୍ ଡେଟ୍ ମଧ୍ୟ ଘୋଷଣା କରାଯାଇଛି । ସୂତ୍ର ଅନୁସାରେ ବିଶାଲ୍ ପାଣ୍ଡ୍ୟାଙ୍କ ନିର୍ଦ୍ଦେଶିତ ସିନେମା ‘ହେଟଷ୍ଟୋରି-୪’ଆସନ୍ତା ବର୍ଷ ମାର୍ଚ୍ଚ ୨ ତାରିଖ ୨୦୧୮ରେ ସମସ୍ତ ପ୍ରେକ୍ଷାଳୟରେ ରିଲିଜ୍ ହେବ ।