ଦେଶରେ କମୁଛି କରୋନା ସଂକ୍ରମଣ : ୭ ଦିନ ମଧ୍ୟରେ ୮୦ ଜିଲ୍ଲାରୁ ଆସିନି କୌଣସି ସଂକ୍ରମଣ ତଥ୍ୟ,ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

638

କନକ ବ୍ୟୁରୋ : ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୭ ଦିନ ମଧ୍ୟରେ ୮୦ ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ତଥ୍ୟ ଆସିନାହିଁ । ଆଜି ଏହି ତଥ୍ୟ ଦେଇଛନ୍ତି ହର୍ଷବର୍ଦ୍ଦନ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତ ୧୪ ଦିନ ମଧ୍ୟରେ ୪୭ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିନାହିଁ । ୨୮ ଦିନରେ ୧୭ ଜିଲ୍ଲାରେ କରୋନା ନେଇ ବି କୌଣସି ସୂଚନା ନାହଁ ।

ଦେଶ ଏବେ କରୋନା ସହ ଲଢେଇ କରୁଥିବାବେଳେ ଭାରତ ଭେଂଟିଲେଟର ତିଆରି କରିବା ଆରମ୍ଭ କରିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ଅତିକ୍ରମ କରିଥିବାବେଳେ ୯୩୪ ଜଣ ପ୍ରାଣ ହରାଇସାରିଲେଣି । ଏହି ସମୟ ମଧ୍ୟରେ ହର୍ଷବର୍ଧନଙ୍କ ବୟାନ ଆଶ୍ୱସ୍ତି ଆଣିଦେଇଛି ।