ଶଙ୍ଖ ଧରିଲେ ବସନ୍ତ ପଣ୍ଡାଙ୍କ ପୁତୁରା ! ଗେରୁଆ ଶିବିରରୁ ବାହାରି ସବୁଜ ଶିବିରକୁ ଲମ୍ଫ ଦେଲେ ହରିଶ୍ଚନ୍ଦ୍ର ପଣ୍ଡା

324

କନକ ବ୍ୟୁରୋ : ବିଜେଡିରେ ଯୋଗ ଦେଲେ ରାଜ୍ୟ ବିଜେପି ସଭାପତିଙ୍କ ପୁତୁରା । ଗେରୁଆ ଶିବିରରୁ ବାହାରି, ସବୁଜ ଶିବିରରେ ଶରଣ ନେଇଛନ୍ତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା । ବିଜେଡିର ହାତ ଧରିବା ସହ ଦାଦାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ହରିଶ୍ଚନ୍ଦ୍ର । କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ମାଟି ପାଇଁ ନୁହେଁ ପାର୍ଟି ପାଇ କାମ କରୁଛନ୍ତି ।

ଗତ ପଂଚାୟତ ନିର୍ବାଚନରୁ ନୂଆପଡାରେ ବସନ୍ତଙ୍କୁ ବିରୋଧ କରିଆସୁଛନ୍ତି ହରିଶ୍ଚନ୍ଦ୍ର । ଏପରିକି ଗତ ପଂଚାୟତ ନିର୍ବାଚନରେ ନୂଆପଡାରେ ବିଜେପିକୁ ହରାଇବା ପାଇଁ ତାଙ୍କ ଉଦ୍ୟମ ସଫଳ ହୋଇଥିଲା । ତେବେ ଆଗାମୀ ନିର୍ବାଚନରେ ନୂଆପଡାରୁ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରାର୍ଥୀତ୍ୱକୁ ସେ ସମର୍ଥନ କରିବେ ବୋଲି କହିଛନ୍ତି । ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦାଦା ତଥା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱକୁ ଅଗ୍ରାହ୍ୟ କରି ନବୀନଙ୍କ ନେତୃତ୍ୱକୁ ଭରସା କରିଛନ୍ତି ହରିଶ୍ଚନ୍ଦ୍ର ।  ୨୦୧୯ରେ ଆମେ ବସନ୍ତ ପଣ୍ଡାଙ୍କୁ ହରାଇବୁ । ମୋ ମା’ ମାଟି ପାଇଁ ଲୋକଙ୍କ ସେବା କରିବା ମୋର ଇଚ୍ଛା  ବୋଲି କହିଛନ୍ତି ହରିଶ୍ଚନ୍ଦ୍ର ।