ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଛତିଶଗଡ ଝିଅକୁ ସହାୟତାର ହାତ ବଢ଼ାଇଲେ ପୂର୍ବତନ ଯୁଗ୍ମ ଶାସନ ସଚିବ ହରିଶ ଚନ୍ଦ୍ର ବେହେରା । ସେ ସୋନିଙ୍କ ପାଇଁ ସମ୍ବାଦ ଜରିଆରେ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହା ସହ କହିଛନ୍ତି ଯଦି ଆଇନଗତ ସୁବିଧା ମିଳେ ତେବେ ସୋନିଙ୍କ ନୂଆ ପରିବାରକୁ ପୋଷ୍ୟ ପରିବାର ଭାବେ ଗ୍ରହଣ କରିବେ।
ସମ୍ବାଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ସହାୟତା ରାଶିକୁ ଗ୍ରହଣ କରିଥିଲେ । ଏହି ଅର୍ଥକୁ ସୋନିଙ୍କ ନୂଆ ପରିବାର ନିକଟରେ ପହଁଚାଯିବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଖବରକାଗଜର କାର୍ଯ୍ୟ ହେଲା ସମସ୍ତଙ୍କୁ ଯୋଡିବା । ତେଣୁ ସୋନୀ କ୍ଷେତ୍ରରେ ସମସ୍ତ କଥାକୁ ଯୋଡାଯାଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ। ମହାନଦୀର ଜଳ ପାଇଁ ଉଭୟ ରାଜ୍ୟ ବବାଦ କରୁଥିବାବେଳେ ସେହି ମହାନଦୀରେ ସୋନି ଭାସି ଆସି ଆମ ସମସ୍ତଙ୍କୁ ଚେତାଇ ଦେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ଏହା ସହ ଦେଖନ୍ତୁ ବିବାଦ ନୁହେଁ ସଂପର୍କର ଧାରା ସାଜିଲା ମହାନଦୀ : ଛତିଶଗଡ ଛାଡି ଓଡିଶାକୁ ଆଦରିଲେ ସୋନି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-18-13h21m52s317.png)