ଆଜି ପବିତ୍ର ହରିଶୟନ ଏକାଦଶୀ। ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଶୟନ ନୀତି। ପରମ୍ପରା ଅନୁଯାୟୀ, ଆଜି ଠାରୁ ମହାପ୍ରଭୁ ୪ ମାସ ପର୍ଯ୍ୟନ୍ତ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟେଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ହରି ହେଉଛନ୍ତି ବିଷ୍ଣୁ। ମହାପ୍ରଭୁ ହେଉଛନ୍ତି ବିଷ୍ଣୁଙ୍କ ଅବତାର। ଏଣୁ ମହାପ୍ରଭୁ ଆଜି ଠାରୁ ନିଦ୍ରା ଯାଇଛନ୍ତି। କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥ ନୁହଁନ୍ତି, ବିଷ୍ଣୁଙ୍କ ସମସ୍ତ ରୂପ ବି ଆଜି ଠାରୁ ଶୋଇଛନ୍ତି। ଭାଦ୍ରବ ମାସରେ ମହାପ୍ରଭୁଙ୍କ କଡ଼ ଲେଉଟା ନୀତି ଅନୁଷ୍ଠିତ ହେବ।
ଏହି ପରମ୍ପରା ଆଧାରରେ ଆଜି ବଳଭଦ୍ରଙ୍କ ଶୟନ ଠାକୁର ବାସୁଦେବ, ମା’ ସୁଭଦ୍ରାଙ୍କ ଶୟନ ଠାକୁରାଣୀ ଭୁବନେଶ୍ବରୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶୟନ ଠାକୁର ନାରାୟଣଙ୍କ ଅଙ୍ଗଲାଗି ନୀତି ସଂପନ୍ନ ପରେ ଶ୍ରୀମନ୍ଦିର ଭଣ୍ଡାର ଘରେ ଶୟନ ପାଇଁ ଆବାହନ କରାଯାଇଥିଲା। ପରେ ତିନି ଠାକୁର ଭଣ୍ଡାର ଘର ଖଟ ଉପରେ ଆଜି ଠାରୁ ଚାରିମାସ ପର୍ଯ୍ୟନ୍ତ ଶୟନ କରିଛନ୍ତି। ଏହି ସମୟ ଭିତରେ ଯେହେତୁ ମହାପ୍ରଭୁ ଶୟନ ଯାଇଥାନ୍ତି, ସେହି ଦୃଷ୍ଟିରୁ ଏହା ଭିତରେ କୌଣସି ଶୁଭ କାର୍ଯ୍ୟ କରେଯାଏନି ବୋଲି ବିଶ୍ବାସ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/srimandir.jpg)