ରଖେ ହରି ମାରେ କିଏ ! ୩୦ହଜାର ଭୋଲ୍ଟର ବିଦ୍ୟୁତ ଝଟକା ପରେ ବି ବଞ୍ଚିଲେ ଯୁବକ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

68

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ଯୁବକ ବିଦ୍ୟୁତ ଟାୱାରରେ ଚଢିଥିବାର ଦୃଶ୍ୟ ନଜର ଆସୁଛି । ଏବଂ ହଠାତ୍ ତାଙ୍କୁ ୩୦,୦୦୦ ଭୋଲ୍ଟର ବିଦ୍ୟତ ଝଟକା ଲାଗେ । ଝଟକା ଲାଗିବା ପରେ ଯୁବକ ଜଣକ ପାଖାପାଖି ୧୦୦ ଫୁଟ ଉଚ୍ଚତାରୁ ତଳକୁ ଖସି ପଡନ୍ତିି ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଦେଖିବାଲୋକ ସେତେବେଳେ ଆଚମ୍ବିତ ହୁଅନ୍ତି, ଯେତେବେଳେ ଉକ୍ତ ଯୁବକ ଜଣକ ଏତେ ବଡ ବିଦ୍ୟୁତ ଝଟକା ଲାଗିବା ପରେ ମଧ୍ୟ ଜୀବନ୍ତ ଥାଆନ୍ତି । କେବଳ ଯେ ଉକ୍ତ ଯୁବକ ଜଣକ ଜୀବନ୍ତ ଥାଆନ୍ତି ତା’ନୁହଁ ୩୦ ହଜାର ଭୋଲ୍ଟର ବିଦ୍ୟୁତ ଝଟକା ସହି ମଧ୍ୟ ସେ ଉଠିକି ଚାଲିବାରେ ଲାଗନ୍ତି ।

ଏହି ଭିଡିଓକୁ ନେଇ ଲୋକ ଅଲଗା ଅଲଗା ପ୍ରତିକ୍ରିୟା ଦେଉଛନ୍ତି । କିଛିଲୋକ ଏହାକୁ ମିଛ ଭିଡିଓ କହିବା ସହ କିଛିି ଭଗବାନଙ୍କ ଚମତ୍କାର ବୋଲି କହୁଛନ୍ତି । ଲୋକଙ୍କ କହିବା ଅନୁସାରେ ଏତେ ଭୋଲ୍ଟର ବିଦ୍ୟତ ସଂଷ୍ପର୍ଶରେ ଆସି ମଧ୍ୟ କିଏ କେମିତି ବଞ୍ଚିଗଲା । କିଛିଲୋକ ଏହାକୁ ଏଡିଟେଡ ଭିଡିଓ ମଧ୍ୟ କହୁଛନ୍ତି ।

ଦେଖନ୍ତୁ ଏହି ଭିଡିଓ :