ମୁଣ୍ଡ ଉପରେ ଗୁଜରାଟ ନିର୍ବାଚନ ! ମୋଦି ଆପଣାଇଲେ ପୁରୁଣା ଉପାୟ

Advertisment
ମିଆଁମାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

image courtesy- google

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଶକ୍ତି ଠୁଳ କରିଚାଲିଥିବା ବେଳେ ୨୨ ବର୍ଷ ଧରି ଶାସନରେ ଥିବା ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି । କୌଣସି ପରିସ୍ଥିତିରେ ବି କ୍ଷମତାକୁ ହାତଛଡ଼ା ନକରିବା ପାଇଁ ମୋଦି ଏବେ ତାଙ୍କର ପୂର୍ବ କୌଶଳ ଆପଣାଇଛନ୍ତି । ଗତ ୨୦୧୪ ସାଧାରଣ ନିର୍ବାଚନରେ ସଫଳ ହୋଇଥିବା ଫୋନ୍‌-ଏ-ଫ୍ରେଣ୍ଡ୍‌ ଏବଂ ନାମୋ ଆପ୍‌ ମାଧ୍ୟମରେ ସେ ଦଳର ତୃଣମୂଳସ୍ତରୀୟ କର୍ମୀଙ୍କ ସହ ବ୍ୟକ୍ତିଗତ ଭାବେ ଯୋଗାଯୋଗ ରଖିିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ଫୋନ୍‌ରେ ନିଜ କଣ୍ଠ ସ୍ୱର ଶୁଣେଇ ପୁରୁଣା ସମ୍ପର୍କକୁ ସତେଜ ଏବଂ ପୁରୁଣା କର୍ମୀଙ୍କୁ ସଜାଗ କରିବା ପାଇଁ ମୋଦିଙ୍କର ଏହି ନୂଆ କୌଶଳ ଉଦ୍ଦିଷ୍ଟ ବୋଲି ଜଣାଯାଇଛି। ଦିନକୁ ଅତି କମ୍‌ରେ ୮ରୁ ୧୦ ଜଣଙ୍କୁ ସେ ଫୋନ୍‌ରେ କଥାବାର୍ତ୍ତା କରୁଛନ୍ତି । ଦଳୀୟ କର୍ମକର୍ତ୍ତା ଏବଂ ଗୁଜରାଟର ସାଧାରଣ ଜନତାଙ୍କ ଉପରେ ଏହାର ଢେର୍‌ ପ୍ରଭାବ ପଡୁଛି ବୋଲି ବିଜେପି ମହଲରୁ କୁହାଯାଉଛି । ଡିସେମ୍ବର ୯ ଓ ୧୪ ତାରିଖ ନିର୍ବାଚନ ପୂର୍ବରୁ ଦଳର ସାଂଗଠନିକ କାର୍ୟ୍ୟାନ୍ଵୟନରେ ମଧ୍ୟ ଏହା ଅନୁକୂଳ ପ୍ରଭାବ ପକାଉଥିବା କୁହାଯାଉଛି । ଏପରିକି ଦୁଇ ଜଣ ବିଜେପି କର୍ମୀଙ୍କର ମୋଦିଙ୍କ ସହ ଏପରି ବାର୍ତ୍ତାଳାପର ଅଡିଓ କ୍ଲିପ୍‌ ମଧ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe