ଅକ୍ଟୋବରରେ ଲକ୍ଷେ କୋଟି ଟଙ୍କା ଟପିଛି ଜିଏସଟି ଆଦାୟ : ଅର୍ଥମନ୍ତ୍ରଣାଳୟ କହିଲା, ପାର୍ବଣ ଋତୁରେ କିଣାକିଣି ବୃଦ୍ଧି ଓ ଟିକସ ଠକେଇ ବିରୋଧରେ ପଦକ୍ଷେପ ଯୋଗୁଁ ବଢ଼ିଛି କର ଆଦାୟ

Advertisment
ଅକ୍ଟୋବରରେ ଲକ୍ଷେ କୋଟି ଟଙ୍କା ଟପିଛି ଜିଏସଟି ଆଦାୟ : ଅର୍ଥମନ୍ତ୍ରଣାଳୟ କହିଲା, ପାର୍ବଣ ଋତୁରେ କିଣାକିଣି ବୃଦ୍ଧି ଓ ଟିକସ ଠକେଇ ବିରୋଧରେ ପଦକ୍ଷେପ ଯୋଗୁଁ ବଢ଼ିଛି କର ଆଦାୟ

କନକ ବ୍ୟୁରୋ : ଦେଶରେ ଜିଏସଟି ଆଦାୟ ଟପିଲା ୧ ଲକ୍ଷକୋଟି । ଗତ ଅକ୍ଟୋବର ମାସରେ ଜିଏସଟି ଆଦାୟ ୧ଲକ୍ଷକୋଟି ଟପିଛ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ପାର୍ବଣ ଋତୁରେ ଲୋକଙ୍କ କିଣାକିଣି ବୃଦ୍ଧି ଓ ଟିକସ ଠକେଇ ବିରୋଧରେ ପଦକ୍ଷେପ ଯୋଗୁଁ ଜିଏସଟି ଆଦାୟ ରାଶିରେ ବୃଦ୍ଧି ଦେଖାଦେଇଛି । ଏନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଅକ୍ଟୋବରରେ କେବଳ ୬୭ଲକ୍ଷ ୪୫ହଜାର ବ୍ୟବସାୟୀ ଜିଏସଟି ରିଟର୍ଣ୍ଣ ଦାଖଲ କରିଛନ୍ତି । ସେମାନେ ମୋଟ ୧ଲକ୍ଷ ୭୧୦କୋଟି ଟଙ୍କାର ଜିଏସଟି ରାଶି ଜମା କରିଛନ୍ତି ।

publive-image image courtesy - m.dailyhunt.in

ଗତ ଏପ୍ରିଲରେ ଜିଏସଟି ଆଦାୟ ରାଶି ପ୍ରଥମ ଥର ପାଇଁ ଲକ୍ଷ କୋଟି ଟଙ୍କା ଟପି ୧ଲକ୍ଷ ୩ହଜାର ୪୫୮ କୋଟି ଟଙ୍କା ରହିଥିଲା ।ଏହାପରେ ମେରେ ୯୪ହଜାର ୧୬କୋଟି, ଜୁନରେ ୯୫ହଜାର ୬୧୦କୋଟି, ଜୁଲାଇରେ ୯୬,୪୮୩ କୋଟି, ଅଗଷ୍ଟରେ ୯୩ହଜାର ୯୬୦କୋଟି ଏବଂ ସେପ୍ଟେମ୍ବରରେ ୯୪ହଜାର ୪୪୨ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା ।କେରଳ, ଝାଡଖଣ୍ଡ, ରାଜସ୍ଥାନ ,ଉତରାଖଣ୍ଡ ଓ ମହାରାଷ୍ଟ୍ରରେ ଜିଏସଟି ଆଦାୟ ରାଶିରେ ଅଭିବୃଦ୍ଧି ଘଟିଛି ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe