କରୋନା କଟକଣା ପରେ ବାହାହେବାକୁ ଯାଇ ଥାନାକୁ ଗଲା ବର : କନ୍ଧମାଳ ଓ ଭଦ୍ରକରେ ୨ ବରଙ୍କ ସମେତ ୧୬ ଅଟକ, ଧାରା ୧୮୮ରେ ମାମଲା ରୁଜୁ

1,838

କନକ ବ୍ୟୁରୋ : କରୋନା କଟକଣା ସମୟରେ ବାହାହେବାକୁ ଯାଇ ଥାନାକୁ ଗଲା ବର । କନ୍ଧମାଳ ଓ ଭଦ୍ରକରେ ବାହାହେବାକୁ ଯାଇ ୨ ବରଙ୍କ ସମେତ ୧୧ ଜଣଙ୍କୁ ଅଟକ ରଖିଛି । ଧାରା ୧୮୮ରେ ମାମଲା ରୁଜୁ କରିଛି ପୁଲିସ । କରୋନା ସଂକ୍ରମଣକୁ ନେଇ ଏବେ ବାହାଘର, ବ୍ରତ ଘର ସମସ୍ତ ପ୍ରକାର ଉତ୍ସବ ଉପରେ କଟକଣା ଲଗାଯାଇଥିବା ବାହାହେବାକୁ ଯାଇ ୨ ବରଙ୍କୁ ଥାନାକୁ ଯିବାକୁ ପଡିଛି । ଭଦ୍ରକରେ ୫ ଜଣ କନ୍ଧମାଳରେ ୧୧ ଜଣଙ୍କୁ ଅଟକ ରଖିଛି ପୁଲିିସ । କନ୍ଧମାଳ ନୂଆପଡା ଗାଁରେ ବିବାହ ଭୋଜିରେ ୮୦ ଜଣ ସାମିଲ ହୋଇଥିଲେ ।