ବ୍ରହ୍ମପୁର ଟାଟା କୋଭିଡ କେୟାର ହସ୍ପିଟାଲରେ ନାଁରେ ବଡ଼ ଅଭିଯୋଗ । ରୋଗୀ ମୃତ୍ୟୁର ୪ଦିନ ପରେ ପରିବାର ଲୋକଙ୍କୁ ଦିଆଗଲା ଖବର । ଥାନାକୁ ଗଲା ମାମଲା । ହସ୍ପିଟାଲ ବିରୋଧରେ ଅଭିଯୋଗ କଲେ ବ୍ରହ୍ମପୁର ବାସିନ୍ଦା 

422

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଶିତଲାପଲ୍ଲୀ ଠାରେ ଥିବା ଟାଟା କୋଭିଡ ହସ୍ପିଟାଲ ନାଁରେ ନେଇ ଆସିଛି ବଡ ଅଭିଯୋଗ । ଜଣେ ରୋଗୀଙ୍କ ମୃତ୍ୟୁର ୪ଦିନ ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉତେଜନା ଦେଖାଦେଇଥିବା ସହ ଥାନା ପର୍ଯ୍ୟନ୍ତ ପହଂଚିଛି ମାମଲା । ବ୍ରହ୍ମପୁର ବଡବଜାର ଗଣପତି ନଗରର ୪୯ବର୍ଷୀୟ ବସନ୍ତ କୁମାର ସାହୁ ଗତ ୧୯ତାରିଖରେ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଚିକିତ୍ସିତ ହେଉଥିବା ବେଳେ ଗତ ୨୪ତାରିଖ ପର୍ଯ୍ୟନ୍ତ ବସନ୍ତ ଫୋନ ଯୋଗେ ପରିବାର ଲୋକଙ୍କ ସହ କଥା ହେଉଥିଲେ । କିନ୍ତୁ ୨୪ତାରିଖ ପରେ ଆଉ ତାଙ୍କର ଫୋନ ନଲାଗିବାରୁ ପରିବାର ଲୋକେ ହସ୍ପିଟାଲ ହେଲ୍ପଲାଇନ ନମ୍ବରକୁ କଲ କଲେ । ହେଲେ ବସନ୍ତ ଆଇସିୟରେ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିବା ପରିବାର ଲୋକେ କହିଛନ୍ତି । କିନ୍ତୁ ଗତକାଲି ହଠାତ ହସ୍ପିଟାଲ ପକ୍ଷରୁ ଫୋନ କରି ୨୪ତାରିଖ ଦିନ ବସନ୍ତଙ୍କ ମୃତ୍ୟୁ ହୋଇଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଗଲା । ପରିବାରଲୋକେ ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ । ବଡବଜାର ଥାନା ଓ ପରେ ଗୋପାଳପୁର ଥାନାକୁ ଯାଇ ହସ୍ପିଟାଲ କର୍ତୃପକ୍ଷ ବିରୋଧରେ ଏତଲା ଦେଇଛନ୍ତି । ଏହାପରେ କୋଭିଡ ହସ୍ପିଟାଲ ପକ୍ଷରୁ ସଫେଇ ଦିଆଯାଇଛି ।

ସିଇଓ ଏକ ପ୍ରେସନୋଟ ଜାରି କରି କହିଛନ୍ତି ଗତ ୨୪ତାରିଖରେ ବସନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା କିନ୍ତୁ ପରିବାର ଲୋକଙ୍କ ସହ ଯୋଗାଯୋଗ ହୋଇପାରିନଥିବା ସଫେଇ ରଖିଛନ୍ତି । ସେପଟେ ମୃତଦେହକୁ ୪ଦିନ ସଂରକ୍ଷିତ ରଖିବା ପରେ ପରିବାର ଲୋକଙ୍କୁ ଖୋଜାଖୋଜି କରିବା ପାଇଁ ବିଏମସି ଓ ଆସିକା ବିଡିଓଙ୍କୁ କୁହାଯାଇଥିବା ମେଡିକାଲ ଅଧିକାରୀ କହିଛନ୍ତି ।