ଏଭରେଷ୍ଟରୁ କଳ୍ପନାଙ୍କ ମରଶରୀର ଆଣିବା ଅଭିଯାନ ଆରମ୍ଭ : ପାର୍ଥିବ ଶରୀରକୁ ଚିହ୍ନଟ ଓ ଗ୍ରହଣ ପାଇଁ ଆଜି ସକାଳୁ କାଠମାଣ୍ଡୁ ଗଲେ ପର୍ବତାରୋହୀ ଗଶେଶ ଜେନା ଓ କଳ୍ପନାଙ୍କ ଭାଇ

Advertisment
ଏଭରେଷ୍ଟରୁ କଳ୍ପନାଙ୍କ ମରଶରୀର ଆଣିବା ଅଭିଯାନ ଆରମ୍ଭ : ପାର୍ଥିବ ଶରୀରକୁ ଚିହ୍ନଟ ଓ ଗ୍ରହଣ ପାଇଁ ଆଜି ସକାଳୁ କାଠମାଣ୍ଡୁ ଗଲେ ପର୍ବତାରୋହୀ ଗଶେଶ ଜେନା ଓ କଳ୍ପନାଙ୍କ ଭାଇ

କନକ ବ୍ୟୁରୋ : ଆରମ୍ଭ ହୋଇଛି ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କାର୍ଯ୍ୟ । ଆଜି କଳ୍ପନାଙ୍କ ପାର୍ଥିବ ଶରୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ନିଯୁକ୍ତ ଶେର୍ପାଙ୍କ ଏକ ଟିମ୍ ଉଦ୍ଧାର କାର୍ଯ୍ୟ ଅଭିଯାନରେ ବାହାରିଛନ୍ତି । ଗତକାଲି ଅପରାହ୍ଣରେ ୨ ନମ୍ବର କ୍ୟାମ୍ପରେ ପହଁଚିଛନ୍ତି ଉଦ୍ଧାରକାରୀ ଦଳ । ଆଜି ସକାଳୁ ପାର୍ଥିବ ଶରୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ମରଶରୀରକୁ ଚିହ୍ନଟ ଓ ଗ୍ରହଣ କରିବା ଲାଗି ଆଜି ଜିନି ଜଣିଆ ଟିମ୍ କାଠମାଣ୍ଡୁ ଗସ୍ତ କରିଛନ୍ତି । ପର୍ବତାରୋହୀ ଗଣେଶ ଜେନା, କଳ୍ପନା ଦାଶଙ୍କ ଭାଇ ପ୍ରଦୀପ ଦାଶଙ୍କ ସମେତ ତିନି ଜଣିଆ ଟିମ୍ ଦିଲ୍ଲୀ ଯାଇ ସେଠାରୁ କାଠମାଣ୍ଡୁ ଯିବେ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ତେବେ, କଳ୍ପନାଙ୍କ ପାର୍ଥିବ ଶରୀର କେବେ ଓଡ଼ିଶାରେ ପହଁଚିବ, ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ । କାରଣ ପ୍ରତିକୂଳ ପରିବେଶରେ ଏହି ଉଦ୍ଧାର କାର୍ଯ୍ୟରେ ଅନେକ ଚ୍ୟାଲେଂଜ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe