କନକ ବ୍ୟୁରୋ : ଆରମ୍ଭ ହୋଇଛି ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କାର୍ଯ୍ୟ । ଆଜି କଳ୍ପନାଙ୍କ ପାର୍ଥିବ ଶରୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ନିଯୁକ୍ତ ଶେର୍ପାଙ୍କ ଏକ ଟିମ୍ ଉଦ୍ଧାର କାର୍ଯ୍ୟ ଅଭିଯାନରେ ବାହାରିଛନ୍ତି । ଗତକାଲି ଅପରାହ୍ଣରେ ୨ ନମ୍ବର କ୍ୟାମ୍ପରେ ପହଁଚିଛନ୍ତି ଉଦ୍ଧାରକାରୀ ଦଳ । ଆଜି ସକାଳୁ ପାର୍ଥିବ ଶରୀର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Advertisment

ମରଶରୀରକୁ ଚିହ୍ନଟ ଓ ଗ୍ରହଣ କରିବା ଲାଗି ଆଜି ଜିନି ଜଣିଆ ଟିମ୍ କାଠମାଣ୍ଡୁ ଗସ୍ତ କରିଛନ୍ତି । ପର୍ବତାରୋହୀ ଗଣେଶ ଜେନା, କଳ୍ପନା ଦାଶଙ୍କ ଭାଇ ପ୍ରଦୀପ ଦାଶଙ୍କ ସମେତ ତିନି ଜଣିଆ ଟିମ୍ ଦିଲ୍ଲୀ ଯାଇ ସେଠାରୁ କାଠମାଣ୍ଡୁ ଯିବେ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ତେବେ, କଳ୍ପନାଙ୍କ ପାର୍ଥିବ ଶରୀର କେବେ ଓଡ଼ିଶାରେ ପହଁଚିବ, ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ । କାରଣ ପ୍ରତିକୂଳ ପରିବେଶରେ ଏହି ଉଦ୍ଧାର କାର୍ଯ୍ୟରେ ଅନେକ ଚ୍ୟାଲେଂଜ ରହିଛି ।