ଖରିଫ ଧାନ ସଂଗ୍ରହ ପାଇଁ ତତ୍ପରତା : ବଳକା ଧାନ ବି କିଣିବେ ରାଜ୍ୟ ସରକାର,ନିର୍ଦ୍ଧିଷ୍ଟ ଅଭିଯୋଗ ପାଇଁ ହେଲ୍ପଲାଇନ୍ ୧୯୬୭

262

କନକ ବ୍ୟୁରୋ : ଧାନ ବିକ୍ରିକୁ ନେଇ ଚାରିଆଡେ ଚାଷୀଙ୍କ ମଧ୍ୟରେ ଦ୍ୱନ୍ଦ ଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ସମସ୍ତ ଧାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।  ପଞ୍ଜିକୃତ ଚାଷୀଙ୍କଠାରୁ ଘୋଷିତ ଅମଳ ହାର ଅନୁସାରେ ସମସ୍ତ ବଳକା ଧାନ କିଣାଯିବା ନେଇ ବିଜ୍ଞାପନ ଜରିଆରେ ସୂଚନା ଦେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ।

ଧାର୍ଯ୍ୟ ତାରିଖରେ ମଣ୍ଡିକୁ ଧାନ ନଆଣିପାରିଲେ ମଧ୍ୟ ଅନ୍ୟ ଦିନ ଧାନ ବିକି ପାରିବେ ଚାଷୀ । ଧାନ ସଂଗ୍ରହକୁ ସ୍ୱଚ୍ଛକରିବା ପାଇଁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଏମିତି କି ଧାନ ବିକ୍ରି ବେଳେ କୌଣସି ସମସ୍ୟା ହେଉଥିଲେ ନିଃଶୁକ୍ଳ ହେଲ୍ପଲାଇନ୍ ନମ୍ବର-୧୯୬୭ ଜାରି କରାଯାଇଛି ।