ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଶେଷକୃତ୍ୟ ! ଶେଷଦର୍ଶନ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

12

କନକ ବ୍ୟୁରୋ : ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଆଜି ଶେଷକୃତ୍ୟ । ଗତକାଲି ୯୧ ବର୍ଷ ବୟସରେ କଟକ ବଡ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ରବି ରାୟ । ତାଙ୍କ ବିୟୋଗରେ ରାଜ୍ୟ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରବି ରାୟଙ୍କୁ ଶ୍ରଦ୍ଧାଂଜଳି ଜଣାଇ ସାରା ରାଜ୍ୟରେ ଆଜି ଦିନିକିଆ ଶୋକ ପାଳନ କରାଯାଉଛି । ରାଜ୍ୟପାଳ ଏସସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋହିଆ ଏଳାଡେମୀରେ ରବି ରାୟଙ୍କ ଶେଷଦର୍ଶନ କରିଛନ୍ତି । ରବି ରାୟଙ୍କ ଅନ୍ତ୍ୟେଷ୍ଟିରେ ସାମିଲ ହେବେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ।