କନକ ବ୍ୟୁରୋ : ଚାଷୀଙ୍କ ହିତରେ ନବୀନ ସରକାର । ଚାଷୀଙ୍କ ବିକାଶରେ ଦେଶ ତଥା ରାଜ୍ୟର ବିକାଶ ସମ୍ଭବ । ଆଉ ଏଥିପାଇଁ କୃଷକଙ୍କ ବିକାଶକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି । ଦ୍ୱିତୀୟ ପାଳିରେ ନବୀନ ସରକାର ଚାଷୀଙ୍କ ଆୟ ବଢ଼ାଇବା ଦିଗରେ ଅଧିକ କାମ କରୁଛନ୍ତି । ଅଦିନିଆ ବର୍ଷା, ରୋଗପୋକ, ଗଜା ମରୁଡ଼ି ଆଦିରୁ ରକ୍ଷା କରି ଚାଷୀଙ୍କ ଆୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ନବୀନ ସରକାର ଏକ ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଉନ୍ନତ ମାନର ଜ୍ଞାନକୌଶଳ ପ୍ରୟୋଗ କରି ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି ।

Advertisment

publive-image

ଚାଷୀଙ୍କ ପାଇଁ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କଲେ ରାଜ୍ୟ ସରକାର ।  ଚାଷୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ମାନଦଣ୍ଡ ବୃଦ୍ଧି ହେଉଛି ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । କେନ୍ଦ୍ର ସରକାରଙ୍କ ୧୨ଟି ସଂସ୍ଥାର ଗବେଷଣା ରିର୍ପୋଟକୁ  ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରାଯିବ  ।  ଉନ୍ନତମାନର  ଜ୍ଞାନ କୌଶଳ ପ୍ରୟୋଗ କରି  ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ହଜାରେ ଚାଷୀଙ୍କୁ ନେଇ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାକୁ ଉଦେଶ୍ୟ ରହିଛି । ୫ କୋଟି ୨୦ ଲକ୍ଷ ଟଙ୍କା ଏହି ପ୍ରକଳ୍ପ ପାଇଁ ମଂଜୁରୀ ହୋଇଛି ।

publive-image

ପଛୁଆ ଜିଲ୍ଲା ଭାବେ ପରିଚିତ ନବରଙ୍ଗପୁର ଜିଲ୍ଲାର ଶିକ୍ଷା, ଅପପୃଷ୍ଟି, ଆର୍ଥିକ ମାନଦଣ୍ଡ ବୃଦ୍ଧିର ସହାୟକ ହେବ । ଲେମନ ଗ୍ରାସ୍, ହଳଦୀ, ସୁଗନ୍ଧ ତୈଳ, ମେଡ଼ିସିନାଲ ପ୍ଲାଣ୍ଟ୍ ଉତ୍ପାଦନ ହେବ । ପ୍ରକଳ୍ପ ପାଇଁ ଦୁଇ ବର୍ଷର ଅବଧି ରଖାଯାଇଛି ।  ୮ ମାସ ମଧ୍ୟରେ ଏହାର ଫଳାଫଳ ମିଳିବ ବୋଲି ଗବେଷଣା ସଂସ୍ଥାର ଅଧିକାରୀ କହିଛନ୍ତି ।