ପବଜି ଲଭରଙ୍କୁ ଝଟକା । ଖୁବ ଶୀଘ୍ର ପବଜି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବେ ମୋଦି ସରକାର । ଭାରତରେ ସାର୍ବଭୌମତ୍ୟ ଓ ଅଖଣ୍ଡତା ଉପରେ ବିପଦ ସୃଷ୍ଟି କରୁଥିବା ଆଶଙ୍କା । ସାଇବର ସିକ୍ୟୁରିଟି ଓ ୟୁଜର ପ୍ରାଇଭେସି ପାଇଁ ସରକାରଙ୍କ କଡ଼ା ନିଷ୍ପତ୍ତି

4,791

କନକ ବ୍ୟୁରୋ : ପବଜି ଲଭରଙ୍କୁ ଝଟକା । ଭାରତରେ ଖୁବଶୀଘ୍ର ବ୍ୟାନ୍ ହେବ ପବଜି । ଏନେଇ ଖୁବ ଶୀଘ୍ର ନିଷ୍ପତ୍ତି ନେବେ ସରକାର । ଭାରତରେ ଟିକଟକ୍ ପରି ୫୯ ଲୋକପ୍ରିୟ ଚୀନୀ ଆପ୍ ବ୍ୟାନ୍ ହେବା ପରେ ଏବେ ପାଳି ପଡ଼ିଛି ଲୋକପ୍ରିୟ ଆପ୍ ପବଜିର । ଅନେକ ଆପ୍ ଏବେ ଭାରତରେ ସାର୍ବଭୌମତ୍ୟ ଓ ଅଖଣ୍ଡତା ଉପରେ ବିପଦ ସୃଷ୍ଟି କରୁଥିବା ବିଶ୍ୱସ୍ତ ସୂଚନା ମିଳିଛି ହୋଇଛି । ଏହାକୁ ଦୃଷ୍ଟିରୁ ରଖି ଆଉ କିଛି ଚୀନ ଆପ୍ ସମେତ ମୋଟ୍ ୨୭୫ ଆପ୍ ବନ୍ଦ କରିବା ପାଇଁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି । ଦେଶର ସୁରକ୍ଷା ଓ ୟୁଜର ପ୍ରାଇଭେସି ଉପରେ ଆଞ୍ଚ ଆଣୁଥିବା ପ୍ରମାଣିତ ହେଲେ ତୁରନ୍ତ ଏହି ଆପ୍ ଗୁଡ଼ିକୁ ହଟାଯିବ ।

ଟିକଟକ୍ ପରେ ପବଜିର ପାଳି । ଭାରତରେ ବ୍ୟାନ୍ ହେବ ପବଜି ସମେତ ଆଉ ୨୭୫ ଚୀନୀ ଆପ୍ । ପବଜିର ସବୁଠାରୁ ବଡ଼ ବଜାର ଏବେ ଭାରତରେ । ଏପରି ହେଲେ କମ୍ପାନୀ ବହୁତ କ୍ଷତି ସହିବ । ବ୍ୟାନ୍ ହେବାକୁ ଥିବା ଆପ୍ ମଧ୍ୟରେ PUBG , Zili, ଇକମର୍ସ Alibabae  Aliexpress , Resso , Bytedancee ULike  ଆଦି ସାମିଲ ରହିଛି । ଯଦିଓ ପବଜି ଚୀନର ନୁହେଁ ଦକ୍ଷିଣ କୋରିଆର ଭିଡ଼ିଓ ଗେମ୍ କମ୍ପାନୀ ବ୍ଲୁହୋଲର ଏକ ସହାୟକ କମ୍ପାନୀ ଦ୍ୱାରା ବିକଶିତ ହୋଇଛି । ତଥାପି ଚୀନର ଇଂଟରନେଟ୍ ଟେନସେଣ୍ଟ ଦ୍ୱାରା ପରିଚାଳିତ ହେଉଛି ପବଜି ଆପ୍ । ତେଣୁ ସୁରକ୍ଷା ଦୃଷ୍ଟିରୁ ପବଜି ଆପକୁ ଭାରତରୁ ହଟାଯାଇପାରେ । ତେବେ ଯାଂଚ ପରେ ବିପଦ ଆଶଙ୍କା ନଥିବା ପ୍ରମାଣିତ ହେଲେ ଏହି ସବୁ ଆପ୍ ଗୁଡ଼ିକୁ ଦେଶରେ ବନ୍ଦ କରାଯିବ ନାହିଁ ।

ଯେଉଁ କମ୍ପାନୀ ଗୁଡ଼ିକର ସର୍ଭର କମ୍ପାନୀ ଚୀନରେ ରହିଛି ତାହାର କଡ଼ାକଡ଼ି ଯାଞ୍ଚ ଚଳାଇଛନ୍ତି ଭାରତ ସରକାର । ଛାନଭିନ୍ ପରେ ସେହି କମ୍ପାନୀ ଗୁଡ଼ିକ ଉପରେ ରୋକ ଲଗାଇବା ପାଇଁ ନିଷ୍ପତ୍ତି ହୋଇସାରିଛି । ଭାରତରେ ବର୍ତ୍ତମାନ ଚୀନ ଆପ ଗୁଡ଼ିକର ଲଗାତାର ରିଭ୍ୟୁ କରାଯାଉଛି । କେବଳ ଏତିକି ନୁହେଁ ଆପ ଗୁଡ଼ିକର ଫଣ୍ଡିଂର ସୂତ୍ର ମଧ୍ୟ ଖୋଜଯାଉଛି । ବିଶ୍ୱସ୍ତ ସୂଚନା ଅନୁସାରେ ଚୀନର ଅନେକ ଆପ୍ ଡାଟା ସେୟାରିଂ ଓ ପ୍ରାଇଭେସି ନିୟମର ଉଲ୍ଲଂଘନ କରୁଛନ୍ତି । ସରକାର ଓ ୟୁଜରଙ୍କ ଅଜଣାଣତରେ ଚୋରି ହେଉଛି ଡାଟା ।

ରିପୋର୍ଟ ଅନୁସାରେ ଭାରତ ସରକାର ଆଗାମୀ ସମୟରେ ଆପ୍ ଗୁଡ଼ିକ ପାଇଁ ସ୍ୱତନ୍ତ୍ର ନିୟମ ପ୍ରସ୍ତୁତ କରିବେ । ସମସ୍ତ ଯାଂଚ ଓ ଛାନଭିନ ପରେ ପରେ ଭାରତରେ ସେହି ଆପ୍ ଲଂଚ ପାଇଁ ଅନୁମତି ମିଳିବ । ସାଇବର ସିକ୍ୟୁରିଟିକୁ ମଜଭୁତ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଯଦ୍ୱାରା ଭାରତୀୟ ନାଗରିକଙ୍କୁ ଡାଟା ସୁରକ୍ଷିତ ରହିବ ଓ କୌଣସି ବିପଦ ସୃଷ୍ଟି ହେବନି ।